ଗୁରୁଙ୍କୁ ଭେଟିଲେ ଧର୍ମେନ୍ଦ୍ର
ତାଳଚେର: ପିଲାଦିନେ ପାଠ ପଢ଼ାଇଥିବା ଦୁଇ ଜଣ ଶିକ୍ଷକଙ୍କୁ ଭେଟିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବନ୍ତୋଲ ଗ୍ରାମରେ ରହୁଥିବା ଶିକ୍ଷକ ବିଛନ୍ଦ ପ୍ରଧାନଙ୍କ ଘରକୁ ଯାଇ ଶ୍ରୀଯୁକ୍ତ ପ୍ରଧାନ ତାଙ୍କୁ ଭେଟି ଆଶୀର୍ବାଦ ନେଇଥିଲେ । ସେହିଭଳି ରାକସ ଗ୍ରାମର ତାଙ୍କର ଶିକ୍ଷକ ମହେଶଚନ୍ଦ୍ର ସାହୁଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ କରିଛନ୍ତି । କେନ୍ଦ୍ରମନ୍ତ୍ରୀଙ୍କ ସହ ବରିଷ୍ଠ ବିଜେପି ନେତା କାଳନ୍ଦି ସାମଲ ଉପସ୍ଥିତ ଥିଲେ ।