ମିଶ୍ରଣ ପର୍ବ ଓ ନଗର ପରିକ୍ରମା

 ଜଟଣୀ : ନୀଳକଣ୍ଠେଶ୍ୱର ରାମନାଟ୍ୟ କଳା ପରିଷଦ ଆନୁକୂଲ୍ୟରେ ପୁରାତନ ସଭ୍ୟଙ୍କ ଦ୍ୱାରା ଗ୍ରାମର ଛୋଟ ବଡ଼ ୪୦ଟି ନୂତନ ପିଲାଙ୍କୁ ରାମଲୀଳା ଅନୁଷ୍ଠାନରେ ମିଶ୍ରଣ କରିଛି । ଏହି ଅନୁଷ୍ଠାନରେ ବାହୁ ପୁରାତନ କଳାକାର ଇହଧାମ ସମ୍ବରଣ କରିସାରିଲେଣି ତଥାପି କିଛି ସୁଦକ୍ଷ ବୟୋଜ୍ୟଷ୍ଟ କଳାକାରଙ୍କୁ ନେଇ ପ୍ରତିବର୍ଷ ଅନୁଷ୍ଠାନଟି ତାର ଚିତାକର୍ଷକ ନାଟକ ଲଙ୍କା ଦହନ ଟିକୁ ବଜାୟି ରଖିଛି । ବଡ଼ନୂଆଗାଁର ସ୍ୱର୍ଗତ ଗୟାତୀର୍ଥ ମିଶ୍ରଙ୍କ ଦ୍ୱାରା ଏହି ଅନୁଷ୍ଠାନ ଗଢି ଉଠିଥିଲା । ଏଥିରେ ନାଟ୍ୟ ନିଦେ୍ର୍ଦଶନା ସ୍ୱର୍ଗତ ବିଭୁପ୍ରସାଦ ମହାପାତ୍ର ଦେଇଥିଲେ । ସମସ୍ତେ ଇହଧାମ ତ୍ୟାଗ କରିବା ଦ୍ୱାରା ୧୪ ରାତି ରାମଲୀଳା ପରିବର୍ତ୍ତେ ୧ କିମ୍ବା ୨ ରାତ୍ରି ବଳକା ବୟୋଜ୍ୟେଷ୍ଠ କଳାକାରଙ୍କୁ ନେଇ ପ୍ରତିବର୍ଷ ରାମଲୀଳା ହୁଏ । ତଥାପି ବାର୍ଦ୍ଧକ୍ୟ ଉପନୀତ ହେବାରୁ ସେମାନେ ଗାଁର ୪୦ଟି ସ୍ୱ ଇଛୁକ ପିଲାଙ୍କୁ ଆମନ୍ତ୍ରିତ କରି ଅନୁଷ୍ଠାନକୁ ଆଗକୁ ନେବାକୁ ସଂକଳ୍ପ କରିଥିଲେ । ନୂତନ କୁନି କୁନି ପିଲା ଓ ଛୋଟ ବଡ଼ କଳାକାର ମାନଙ୍କୁ ସାଦରେ ପାଛୋଟି ନେଇଥିଲେ ଓ ସେମାନଙ୍କୁ ଶିକ୍ଷାଦାନ ଦେବା ନିମନ୍ତେ ବଦ୍ଧ ପରୀକର ହେବା ସହିତ ଏହି ପୁରାତନ ଅନୁଷ୍ଠାନଟି କିଭଳି ବଞ୍ଚି ରହିବ ଏଥି ନିମିତ୍ତ ରଘୁନାଥଙ୍କ ନିକଟରେ ଦୃଢ଼ ସଂକଳ୍ପ ନେଇଥିଲେ । ଯୁବ ସମାଜସେବୀ ତଥା ଲୋକକଳାବିହିତ ୟୁଟୁ୍ୟବ ଚ୍ୟାନେଲର କୋଫାଉଣ୍ଡର ଦେବାଶିଷ ମହାପାତ୍ର ଏହି କାର୍ଯ୍ୟକ୍ରମରେ ଯୋଗଦେଇ ନୂତନ ସଭ୍ୟ ଓ ପୁରାତନ କର୍ମକର୍ତ୍ତା ମାନଙ୍କୁ ଉତ୍ସାହିତ କରିଥିଲେ ।