ବଦଳିଲା ନିଯୁକ୍ତି ମେଳା ତାରିଖ 

ବାଲେଶ୍ୱର: ଆସନ୍ତା ୨୮ ତାରିଖରେ ଧାର୍ଯ୍ୟ କରାଯାଇଥିବା ଜିଲ୍ଲାସ୍ତରୀୟ ନିୟୁକ୍ତି ମେଳାକୁ ୩୦ ତାରିଖରେ କରିବା ପାଇଁ ବାଲେଶ୍ୱର ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ପୂର୍ବରୁ ସୂଚାଇ ଦିଆଯାଇଥିବା ନିଯୁକ୍ତି ମେଳାର ସ୍ଥାନ, ସମୟ, ପଞ୍ଜିକରଣ ଓ ଅନ୍ୟ ସମସ୍ତ ବ୍ୟବସ୍ଥା ଅପରିବର୍ତ୍ତିତ ରହିଛି । ଯେଉଁ ପ୍ରାର୍ଥୀମାନେ ସେମାନଙ୍କ ପଞ୍ଜିକରଣ ଶେଷ କରିସାରିଛନ୍ତି, ସେମାନଙ୍କର ପଞ୍ଜିକରଣ ବୈଧ ରହିବ ଏବଂ ସେମାନଙ୍କ ତରଫରୁ ଆଉ କୌଣସି ନୂତନ ପଞ୍ଜିକରଣର ଆବଶ୍ୟକତା ନାହିଁ ବୋଲି ଜିଲ୍ଲା ଦକ୍ଷତା ବିକାଶ ନିୟୋଜନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି  । ସମସ୍ତ ଯୋଗ୍ୟ ଆବେଦନକାରୀମାନଙ୍କୁ ସଂଶୋଧିତ ତାରିଖକୁ ଧ୍ୟାନ ଦେବା ସହିତ ଉକ୍ତ ଦିନ ପାଇଁ ନିଜ କାର୍ଯ୍ୟସୂଚୀର ଆବଶ୍ୟକୀୟ ପରିବର୍ତ୍ତନ କରିବା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି ।