ଗୋ-ଚାଲାଣ;  ଚାଳକ କୋର୍ଟଚାଲାଣ

 ପାଣିକୋଇଲି : ଏଠାକା ପୁଲିସ ଗୋ-ଚାଲାଣ ଅଭିଯୋଗରେ ପିକଅପ ଚାଳକ ଜଗତସିଂହପୁର ଅଂଚଳର ଦ୍ୱିଜବର ନାୟକଙ୍କ ପୁଅ ପ୍ରମୋଦକୁ ଗିରଫ କରି କୋର୍ଟ ଚାଲାଣ କରିଛି । ପୁଲିସ ସୂଚନା ମତେ ଶନିବାର ସନ୍ଧ୍ୟାରେ ଓଡ଼ି୦୨ଏଇ-୭୪୧୩ ନଂ ପିକଅପ ଭ୍ୟାନରେ ଗୋ-ଚାଲାଣ ହୋଉଥିବାଦେଖି କୁଆଖିଆ ବଜରଙ୍ଗ ଦଳର ସଦସ୍ୟ ପିଛା କରିଥିଲେ । ପାଣିକୋଇଲି ପୁରୁଣା ଟୋଲଗେଟ ନିକଟରେ ଉକ୍ତ ଗାଡ଼ିଟିକୁ ପାଣିକୋଇଲି ବଜରଙ୍ଗ ଦଳର ସଦସ୍ୟ ମାନଙ୍କ ସହାୟତାରେ ଅଟକାଯିବା ସହିତ ପୁଲିସଜିମା ଦେଇଥିଲେ । ବଜରଙ୍ଗ ଦଳର ସଦସ୍ୟଙ୍କ ଅଭିଯୋଗ କ୍ରମେ ପୁଲିସ ଏକ ମାମଲା ରୁଜୁ କରି ଚାଳକ ପ୍ରମୋଦକୁ କୋର୍ଟ ଚାଲାଣ କରିଛି ।