ପଞ୍ଚମ ଦିନରେ ଧାରଣା; ପଡିଲାନି ପ୍ରଶାସନିକ ଅଧିକାରୀଙ୍କ ପାଦ
ଯାଜପୁର : କୋରେଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ଗଣଧାରଣା ପଞ୍ଚମ ଦିନରେ ପହଁଚିଛି । ବିଭିନ୍ନ ଦାବି ନେଇ ଅଞ୍ଚଳବାସୀ ଧାରଣାରେ ବସିଥିଲେ ହେଁ ପ୍ରଶାସନିକ ଅଧିକାରୀ ପାଦ ପକେଇଲେନି କି ଆଲୋଚନା କରିବାକୁ ମନ ବଳାଇ ନାହାନ୍ତି ବୋଲି ଜିଲ୍ଲା ସୁରକ୍ଷା ସେନାର ସଭାପତି ସୁରେନ୍ଦ୍ର କୁମାର ବରାଳ କହିଛନ୍ତି । ଖବର ମୁତାବକ କୋରେଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଲାଗି ରହିଥିବା ବିଭିନ୍ନ ସମସ୍ୟାକୁ ନେଇ ୧୦ ଦଫା ଦାବି ନେଇ ଗତ ୫ତାରିଖ ଠାରୁ ସୁରକ୍ଷାସେନାର ସଭାପତି ସୁରେନ୍ଦ୍ର କୁମାର ବରାଳଙ୍କ ଆବାହକତ୍ୱରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଚାଲିଛି ଗଣଧାରଣା । ସ୍ୱାସ୍ଥ୍ୟକେନ୍ଦ୍ର ସମସ୍ୟା ପ୍ରତି ଦୃଷ୍ଟି ଦିଆଯାଉନଥିବାରୁ ଧିରେ ଧିରେ କୋରେଇ ଅଞ୍ଚଳରେ ଦଳବଳ ନିର୍ବିଶେଷରେ ଧାରଣାରେ ସାମିଲ ହେଉଛନ୍ତି । ଆଜିର ଗଣଧାରଣାରେ ହଳଦିଗଡିଆର ସରପଞ୍ଚ ଅନିଲ କୁମାର ମହାପାତ୍ର, ବରିଷ୍ଠ ନାଗରିକ ଶିଶୁ ସାହିତି୍ୟକ ନନ୍ଦକିଶୋର ସିଂହ, କୋରେଇ ବ୍ଲକ ଯାଦବ ସଂଘର ସଦ୍ଭାପତି ନିରଂଜନ ନାୟକ, କୋରେଇ ସଂଗ୍ରାମ ସମିତିର ସଂପାଦକ ଅଭିମନୁ୍ୟ ମିଶ୍ର, କିନ୍ନର ସଂଘପକ୍ଷରୁ ଲଭଲି ସାହୁ, ସ୍ୱପ୍ନା ନାୟକ, ପରିବେଶବିତ ପଦ୍ମଲୋଚନ ମହାନ୍ତି, ସମାଜସେବୀ ଭୁବନ ମୋହନ ମହାନ୍ତି, ମନୋରଞ୍ଜନ ଦାସ, ବିନୋଦ ପାତ୍ର, ବିଜୟ ନାୟକ, ନିଗମାନନ୍ଦ ରଥ, ମହିଳା ନେତ୍ରୀ ସସ୍ମିତା ଜେନା, ସାମ୍ବାଦିକ ପ୍ରହଲ୍ଲାଦ ଦେଓ, ପ୍ରମୋଦ ପାତ୍ର, ମୁସିଲିମ ସେଲ୍ ସଭାପତି ମିର୍ଜା ଲୋକମାନ ବେଗ, ମାନବ ପ୍ରେମୀ ମନୋରଞ୍ଜନ ବେହେରା, ବରିଷ୍ଠ ନାଗରିକ ଭାଗ୍ୟଧର ସାହୁ, ଗାଳ୍ପିକ ପ୍ରଭାତ ସିହ୍ନା, ଯୁବସମାଜ ସେବୀ ଏସକେ ନିନା ସାମିଲ ହୋଇଥିଲେ । ୧୦ଦଫା ଦାବି ପୂରଣ ନହେବା ପର୍ଯ୍ୟନ୍ତ ଗଣଧାରଣା ଚାଲିବ ବୋଲି ସୁରକ୍ଷା ସେନାର ସଭାପତି ପ୍ରକାଶ କରିଛନ୍ତି ।