ଗୋଚର ଜମିରୁ ଗଛ କାଟିଦେଲେ ଯୁବକ

 ବନ୍ତ : ଛୟାଳସିଂହ ରାଜସ୍ୱ ନିରୀକ୍ଷକ ଅଧୀନ ବୁଡକମହାଯିବର ତହସିଲ ପକ୍ଷରୁ ଗ୍ରାମର କିଛି ସରକାରୀ ଗୋଚର ଜମି ଜବରଦଖଲ ଯାହାର ଖାତା ନଂ–୨୨୩, କିସମ ଗୋଚରରେ ସରକାରୀ ଉଚ୍ଛେଦ ହୋଇଥିଲା । ସେହି ଉଚ୍ଛେଦ ପ୍ରକ୍ରିୟାରେ ଜବରଦଖଲ ଉଚ୍ଛେଦ କରିବା ସହିତ କିଛି ମୂଲ୍ୟବାନ, ଶାଳ ଗଛ, ପିଆ ଶାଳ ଗଛ, ଆକାଶୀ ଗଛ, ଶାଗୁଆନି ଗଛ, ଗୁଆ ଗଛ, ଆମ୍ୱ ଗଛ ଓ କିଛି ଫୁଲ ଗଛ ପ୍ରଶାସନ ପକ୍ଷରୁ ଜେସିବି ଲଗାଇ ନଷ୍ଟ କରାଯାଇଥିଲା । ଗ୍ରାମବାସୀ ଏହି ଉଛେଦକୁ ବିରୋଧ କରିନଥିବା ବେଳେ ପ୍ରଶାସନର ଗଛ କଟାକୁ ବିରୋଧ କରିଥିଲେ । ଯାହାକି ନିୟମ ବାହାରେ । ସରକାର ବର୍ତ୍ତମାନ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଗଛ ଲଗାଉଥିବା ବେଳେ କିନ୍ତୁ ପଥଚାରି ଓ ମା ବାଟ ମଙ୍ଗଳା ପାଇଁ ଏହି ସ୍ଥାନରେ ଗ୍ରାମର କିଛି ବଦାନ୍ୟ ଶ୍ରେଣୀୟ ବ୍ୟକ୍ତି ଦାମିକା ଗଛ ଲଗାଇଥିଲେ । ପ୍ରଶାସନ ଉଚ୍ଛେଦ ପରେ କିଛି ସମୟ ବ୍ୟବଧାନରେ ଗ୍ରାମର କିଛି ବ୍ୟକ୍ତି ଏହାର ଫାଇଦା ନେଇ ପ୍ରମୁଖ ଖାତା ନଂ ୨୨୩ ପ୍ଲଟ ନଂ ୩୭୭ ରେ ଥିବା ୫ ଗୋଟିତାଳ ଗଛକୁ ଜବରଦସ୍ତ ବଳ ପୂର୍ବକ ଏହି ବ୍ୟକ୍ତି ମାନେ ମେସିନ ସାହାଯ୍ୟରେ କାଟି ଦେଇଥିଲେ । ଯାହାର ଭିଡିଓ ବର୍ତ୍ତମାନ ଭାଇରାଲ ହେବାକୁ ଲାଗିଛି । ଏହି ଘଟଣାକୁ ନେଇ କିଛି ଗ୍ରାମବାସୀ କାଟୁଥିଲା ବ୍ୟକ୍ତିଙ୍କୁ ପଚାରିବାରୁ ସେମାନେ ଓଲଟା ଗାଳି ଦେବା ସହିତ, ଆମେ କାଟିବୁ ଆମର କ’ଣ କରିକୁ ବୋଲି ବନ୍ତ ତହସିଲରେ ଲିଖିତ ଅଭିଯୋଗରେ ଦର୍ଶାଇଛନ୍ତି । ଏ ବିଷୟରେ ବନ ଭିବାଗକୁ ଫୋନ ଯୋଗେ ଜଣାଇଥିଲେ । ଘଟଣା ସ୍ଥଳରେ ଆଗରପଡା ବନବିଭାଗ ଅଧିକାରୀ ରାଜକିଶୋର ନାୟକ ଓ ଛୟାଳସିଂହ ଆରଆଇ ଗୁରୁବାରୀ ହେମ୍ବ୍ରମ ଘଟଣା ସ୍ଥଳରେ ପହଂଚି ତଦନ୍ତ କରିଜଣାଇ ଥିଲେ ଯେ, ଗଛ କାଟିବା ନେଇ କୌଣସି ଲିଖତ କିମ୍ୱା ସୂଚନା ତାଙ୍କ ନିକଟରେ ନାହିଁ ବୋଲି ଗ୍ରାମବାସୀଙ୍କୁ ଜଣାଇଥିଲେ । ଗ୍ରାମବାସୀ କହିବା ଅନୁଯାୟୀ ଏହା ଆଇନ ଗତ ଅପରାଧ ବୋଲି ସେଥିପାଇଁ ବନ୍ତ ତହସିଲଦାର, ଆଗରପଡା ବନ ବିଭାଗ, ଆଗରପଡା ଥାନାକୁ ଲିଖିତ ଅଭିଯୋଗ କରିଥିବା ବେଳେ, ଆଇନକୁ ଅବମାନ କରି ଯେଉଁ ବ୍ୟକ୍ତି କାଟିଛି ସେମାନଙ୍କୁ ବିରୋଧରେ ଦଣ୍ଡ ବିଧାନ ପାଇଁ ବିଦ୍ୟାଧର ଜେନା, ରଞ୍ଜନ କୁମାର ଜେନା, ହୃଷିକେଶ ଜେନା, ବିଜୟ ଜେନା, ଗଦାଧର ଜେନା, ମାୟାଧର ଜେନା, ଚକ୍ରଧର ଜେନା, ଲଷ୍ମୀଧର ଜେନା, ବାବାଜୀ ବାରିକ, ବିମ୍ବାଧର ଜେନା, ଜିତେନ୍ଦ୍ର ଜେନା ଲିଖିତ ଦାବି ଜଣାଇଛନ୍ତି ।