କେନ୍ଦ୍ରାପଡାରେ ହେବ ମେଡିକାଲ କଲେଜ: ସ୍ୱାସ୍ଥ୍ୟମନ୍ତ୍ରୀ 

 କେନ୍ଦ୍ରାପଡ଼ା:  କେନ୍ଦ୍ରାପଡାରେ ହେବ ମେଡିକାଲ କଲେଜ । ଏକଥା କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ୍ ମହାଲିଙ୍ଗ । କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିବା ଅବସରରେ ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ ଜିଲ୍ଲାରେ ମେଡିକାଲ କଲେଜ ଓ ହସ୍ପିଟାଲ ପ୍ରତିଷ୍ଠା ନେଇ ଜିଲ୍ଲାବାସୀଙ୍କୁ ପ୍ରତିଶ୍ରୁତି ଦେବା ସହିତ ଏହାର କାର୍ଯ୍ୟକାରୀତା ନେଇ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି । ଗତ ୨୪ ବର୍ଷ ଭିତରେ କେନ୍ଦ୍ରାପଡାରେ କାହିଁକି ମେଡିକାଲ କଲେଜ ପ୍ରତିଷ୍ଠା ହୋଇ ପାରି ନାହିଁ ଏକଥା ବିରୋଧୀଙ୍କୁ ପଚାର ବୋଲି କଟାକ୍ଷ କରିଥିଲେ ମନ୍ତ୍ରୀ । କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ୍ର ଅମେଇପାଳ ଓ ଯଦୁପୁରରେ ସ୍ୱାସ୍ଥ୍ୟମନ୍ତ୍ରୀ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଉଦ୍ଘାଟନ କରିଥିଲେ । ମନ୍ତ୍ରୀଙ୍କ ଗସ୍ତର ବିଭିନ୍ନ କାର୍ଯ୍ୟକ୍ରମରେ ମହାକାଳପଡା ବିଧାୟକ ଦୁର୍ଗା ପ୍ରସନ୍ନ ନାୟକ, ବିଜେପି ନେତ୍ରୀ ଗୀତାଞ୍ଜଳି ସେଠି, ସାଂସଦ ବୈଜୟନ୍ତ ପଣ୍ଡାଙ୍କ ପ୍ରତିନିଧି ଶଶାଙ୍କ ଶେଖର ସେଠି କିଶୋର ପଣ୍ଡା, ଅଭିମନୁ୍ୟ ଗୋଛାୟତ, ଉପୀନ ରାଉତ, ବିନୋଦ ବେହେରା, ଅମିତାଭ ସୁଆର ପ୍ରମୁଖ ଯୋଗ ଦେଇଥିଲେ ।