ରିଘାଗଡ ଅଙ୍ଗନବାଡି କେନ୍ଦ୍ରରେ ପିଲାକୁ ମାଡ ଘଟଣା: କୋର୍ଟଙ୍କ ନିଦେ୍ର୍ଦଶରେ ପ୍ରଶାସନିକ ତଦନ୍ତ

 ରାଜନଗର : ରାଜନଗର ବ୍ଲକ ଇଶ୍ୱରପୁର ପଚାଂୟତ ରିଘାଗଡ ଗ୍ରାମର ଅଙ୍ଗନବାଡି କେନ୍ଦ୍ର-୧ରେ ଅଙ୍ଗନବାଡି କର୍ମୀ ଜଣେ ପିଲାକୁ ୨୦୧୫ ମସିହାରେ ମାଡ ମାରିଥିବା ନେଇ ଅଭିଯୋଗ ହୋଇଥିଲା । ଗାଁଲୋକେ ଏହି ଘଟଣାକୁ ଆପୋଷ ସମାଧାନ କରିଦେଇଥିଲେ । ପରବର୍ତ୍ତୀ ସମୟରେ ଅଙ୍ଗନବାଡି କର୍ମୀ ମନୋରମା ସୂତାର ସଂପୃକ୍ତ ପିଲାର ମାଆ ଥାନାରେ ଅଭିଯୋଗ କରିବା ସହ ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିଲେ । କେନ୍ଦ୍ରାପଡା ଜିଲ୍ଲାପାଳଙ୍କୁ ତଦନ୍ତ କରି ସମାଧାନର ସୂତ୍ର ବାହାର କରିବାକୁ ନିଦେ୍ର୍ଦଶ ଦେଇଥିଲେ । ଜିଲ୍ଲାପାଳଙ୍କ ନିଦେ୍ର୍ଦଶକ୍ରମେ ତହସିଲଦାର ଯୀଶୁକ୍ରିଷ୍ଣ ଦାସ, ବିଡିଓ ଅନିରୁଦ୍ଧ ବେହେରା, ଆଇଆଇସି ନରେଶକୁମାର ସାହୁ ଓ ସିଡିପିଓ ଦିପାଳୀ ମିଶ୍ର ମିଳିତ ଭାବେ ରିଘାଗଡରେ ପହଞ୍ଚି ଉଭୟଙ୍କ ସହିତ ଗ୍ରାମବାସୀଙ୍କୁ ଡାକି ଆଲୋଚନା କରିଥିଲେ । ଉଭୟଙ୍କୁ ମଧ୍ୟ  ଗ୍ରାମବାସୀଙ୍କ ଉପସ୍ଥିତିରେ ବୁଝାସୁଝା କରିଥିଲେ । ଉଭୟଙ୍କ ଏହି ମାମଲା ପାଇଁ ସଂପୃକ୍ତ ଅଙ୍ଗନବାଡି କେନ୍ଦ୍ରଟି ଠିକ ଭାବରେ ଚାଲି ପାରୁନାହିଁ । ହିତାଧିକାରୀମାନେ ବିଭିନ୍ନ ଖାଦ୍ୟ ସାମଗ୍ରୀ ଠିକଣା ଭାବେ ପାଇପାରୁନାହାନ୍ତି । ଏନେଇ ତହସିଲଦାର ଶ୍ରୀ ଦାସଙ୍କୁ ପଚାରିବାରୁ ଉଭୟ ପକ୍ଷଙ୍କୁ ବୁଝାସୁଝା କରି ଆପୋଷ ସମାଧାନ ପାଇଁ ଚେଷ୍ଟା କରିଥିଲୁ । ସେମାନଙ୍କ ମାମଲା ଯୋଗୁଁ କେନ୍ଦ୍ରଟି ଠିକ ଭାବେ ଚାଲି ପାରୁନାହିଁ । ବିଭିନ୍ନ ସାମଗ୍ରୀ ପାଇପାରୁନାହାନ୍ତି । ଆମେ ଯାହା ମିଳିତ ଭାବେ ତଦନ୍ତ କରିଛୁ ଜିଲ୍ଲାପାଳଙ୍କୁ ରିପୋର୍ଟ ପ୍ରଦାନ କରିବୁ ବୋଲି କହିଛନ୍ତି ।