ଗୋଦରେଜ୍ ପକ୍ଷରୁ ‘ରେଡି-ଟୁ-ଫର୍ଣ୍ଣିସ୍ ଫ୍ଲାଟ୍’ ଶୁଭାରମ୍ଭ

 ଭୁବନେଶ୍ୱର : ଗୋଦରେଜ୍ ଏଣ୍ଟରପ୍ରାଇଜେସ୍ ଗ୍ରୁପ୍ର ଅଗ୍ରଣୀ ଗୃହ ଓ କାର୍ଯ୍ୟାଳୟ ଆସବାବପତ୍ର ବ୍ରାଣ୍ଡ୍ ଇଂଟେରିଓ ପକ୍ଷରୁ ମୁମ୍ବାଇ, ପୁଣେ, ବେଙ୍ଗାଲୁରୁ, ଦିଲ୍ଲୀ ଏନ୍ସିଆର ଓ ହାଇଦ୍ରାବାଦ ଭଳି ପ୍ରମୁଖ ସହରଗୁଡ଼ିକରେ ଅଗ୍ରଣୀ ରିଅଲ ଇଷ୍ଟେଟ୍ ଡେଭେଲପର୍ମାନଙ୍କ ସହଯୋଗିତାରେ ‘ରେଡି-ଟୁ-ଫର୍ଣ୍ଣିସ୍ ଫ୍ଲାଟ୍’ ସମାଧାନର ଶୁଭାରମ୍ଭ କରାଯାଇଛି । ଭିତର ପାଶ୍ୱର୍ ସାଜସଜ୍ଜା ସହ ଖାପଖାଉଥିବା ଆସବାବପତ୍ର, ସୁଲଭତା ଓ ପ୍ରଯୁକ୍ତି ଆଧାରିତ ସୁବିଧାସୁଯୋଗ ଜରିଆରେ ଏହି ଅଭିଯାନ ଘର କିଣିବା ଅନୁଭୂତିରେ ବୈପ୍ଳବିକ ପରିବର୍ତନ ଆଣିବାକୁ ଲକ୍ଷ୍ୟ ରଖିଛି ।  ଇଣ୍ଟେରିୟର ବ୍ୟବସାୟ ମୁଖ୍ୟ ଓ କାର୍ଯ୍ୟନିର୍ବାହୀ ଉପସଭାପତି ସ୍ୱାପନୀଲ ନାଗରକର କହିଛନ୍ତି “ଏହି ପଦକ୍ଷେପ ଆଧୁନିକ ଭାରତୀୟ ଘରମାନଙ୍କୁ ଉତ୍ତମ ମୂଲ୍ୟ ପ୍ରଦାନ କରିବା ପ୍ରତି ଆମର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି । ଆଜିର ଘରମାନଙ୍କର ମାଲିକମାନେ ସେମାନଙ୍କର ବିକଶିତ ଜୀବନଶୈଳୀକୁ ପ୍ରତିଫଳିତ କରୁଥିବା ସ୍ଥାନ ଚାହାଁନ୍ତି, ଯେଉଁଠାରେ କାର୍ଯ୍ୟକ୍ଷମତା ସହିତ ଷ୍ଟାଇଲ୍ର ମିଶ୍ରଣ ରହିଥିବ ଏବଂ ପ୍ରଯୁକ୍ତି ଆରାମକୁ ବୃଦ୍ଧି କରୁଛି । ଘର କିଣିବାର ଯାତ୍ରାରେ ଆମର ଚିନ୍ତାପୂର୍ଣ୍ଣ ଡିଜାଇନ୍ କରାଯାଇଥିବା ଏବଂ ଷ୍ଟାଇଲିସ୍ ଉତ୍ପାଦଗୁଡ଼ିକୁ ସମ୍ମିଳିତ କରି ଆମେ ଗ୍ରାହକଙ୍କୁ ସେମାନଙ୍କର ରହିବା ସ୍ଥାନକୁ ସହଜରେ ଗଢ଼ିବା ଏବଂ ବ୍ୟକ୍ତିଗତ ସ୍ପର୍ଶ ପ୍ରଦାନ କରିବାର ସାମର୍ଥ୍ୟ ପ୍ରଦାନ କରୁଛୁ ।