କିମ୍‌ସରେ ଓଆରଏସ୍‌ ଦିବସ

 ଭୁବନେଶ୍ୱର : ବିଶ୍ୱ ଓଆରଏସ୍‌ ଦିବସ ଅବସରରେ ଆଇଏପି ଖୋର୍ଦ୍ଧା ଶାଖା ଏବଂ କିମ୍‌ସ ଶିଶୁ ରୋଗ ବିଭାଗ ମିଳିତ ସହଯୋଗରେ ଏକ ସ୍ୱାସ୍ଥ୍ୟ ସଚେତନତା ୱାକାଥନ୍ ଆୟୋଜିତ ହୋଇଯାଇଛି । କିମ୍‌ସ ମୁଖ୍ୟ ଫାଟକରୁ ଏହି ୱାକାଥନ୍‌ ବାହାରି ହୋଇ ଶିଖରଚଣ୍ଡୀ ଛକ ପର୍ଯ୍ୟନ୍ତ ଯାଇଥିଲା । ସାଧାରଣ ଭାବେ ଓ ଉପଲବ୍ଧ ଉପାୟରେ ଓଆର୍‌ଏସ୍‌ ମାଧ୍ୟମରେ କିପରି ଜଳଶୂନ୍ୟତା ଓ ଜୀବନର ଜଟିଳତାକୁ ରୋକାଯାଇପାରିବ ସେ ନେଇ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦେ୍ଦଶ୍ୟ ଥିଲା । ଏହି ଅବସରରେ ଆୟୋଜିତ ଏକ ଆଲୋଚନାଚକ୍ରରେ ଯୋଗଦେଇ କିମ୍‌ସ ଶିଶୁ ରୋଗ ବିଭାଗ ମୁଖ୍ୟ ପ୍ରଫେସର ସେବାରଞ୍ଜନ ବିଶ୍ୱାଳ ଓଆର୍‌ଏସର ଜୀବନ ରକ୍ଷାକାରୀ ଭୂମିକା ବିଷୟରେ ଆଲୋଚନା କରିଥିଲେ । ଝାଡ଼ା, ବାନ୍ତି, ହଇଜା, ଭାଇରାଲ୍ ଜ୍ୱର, କୋଭିଡ୍ ଓ ଅଂଶୁଘାତ ସମୟରେ ଶରୀରରେ ଜଳଶୂନ୍ୟତା ଦେଖାଦେଲେ ଓଆର୍‌ଏସ୍‌ ବ୍ୟବହାର କିପରି ଜୀବନ ରକ୍ଷା କରେ ସେ ସମ୍ପର୍କରେ ଶିଶୁରୋଗ ବିଶେଷଜ୍ଞ ପ୍ରଫେସର ନିର୍ମଳ କୁମାର ମହାକୁଡ଼ କହିଥିଲେ । ଏହି କାର୍ଯ୍ୟକ୍ରମରେ ଡାକ୍ତର, ପୋଷ୍ଟଗ୍ରାଜୁଏଟ୍ ଛାତ୍ରଛାତ୍ରୀ ଓ ହେଲ୍‌ଥ କେୟାର କର୍ମଚାରୀ ଭାଗ ନେଇ “ଏସ୍‌ଆଇପି ସ୍ମାର୍ଟ, ଷ୍ଟେ ଷ୍ଟ୍ରଂ, ସେ ୟେସ୍‌ ଟୁ ଓଆର୍‌ଏସ୍‌” ସ୍ଲୋଗାନ ଦେଇ ଜନସାଧରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିଥିଲେ । କାର୍ଯ୍ୟକ୍ରମର ବିଷୟବସ୍ତୁ ଥିଲା ‘ଓଆର୍‌ଏସ୍‌: ଏ ସିମ୍ପଲ୍‌ ସଲୁ୍ୟସନ୍‌ ଫର୍‌ ଏ ହେଲ୍‌ଦିଅର ଫୁ୍ୟଚର୍‌’ । ଅନ୍ୟ ପକ୍ଷରେ କିସ୍‌ ୱେଲ୍‌ନେସ୍‌ ସେଣ୍ଟର ପକ୍ଷରୁ ମଧ୍ୟ ଓଆର୍‌ଏସ୍‌ ଦିବସ ପାଳନ କରାଯାଇଥିଲା । ଏଥିରେ କିସ୍‌ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଦେବାଶିଷ ବନେ୍ଦାପାଧ୍ୟାୟ, ୱେଲ୍‌ନେସ୍‌ ସେଣ୍ଟରର ଅଧ୍ୟକ୍ଷା ଓ କିମ୍‌ସ ଶିଶୁରୋଗ ବିଭାଗ ପ୍ରଫେସର ସ୍ୱର୍ଣ୍ଣଲତା ଦାସ ପ୍ରମୁଖ ଯୋଗଦେଇ ଓଆର୍‌ଏସ୍‌ର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ ।