ବିଶ୍ୱ ପ୍ରତିମୂର୍ତ୍ତି ସଫେଇ ଦିବସ
ବେତନଟୀ : ବିଶ୍ୱ ପ୍ରତିମୂର୍ତ୍ତି ସଫେଇ ଦିବସରେ ବେତନଟୀର ବିଭିନ୍ନ ସ୍ଥାନରେ ସ୍ଥାପିତ ମହାପୁରୁଷ ବା ନାମୀଦାମୀ ବ୍ୟକ୍ତିବିଶେଷଙ୍କ ପ୍ରତିମୂର୍ତ୍ତିକୁ ଧୋଇବା ସହ ସେମାନଙ୍କ ଗଳାରେ ପୁଷ୍ପମାଲ୍ୟ ଓ ଧୂପଦୀପଦାନ ଆଦି ବିଶେଷ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିବା ସମାଜସେବୀ ରବୀନ୍ଦ୍ର ନାଥ ମିଶ୍ର ଓ ଅରୁଣ କୁମାର ଓତାଙ୍କ ନେତୃତ୍ୱରେ ଅନେକ ସ୍ୱଚ୍ଛାସେବୀ ଅନୁଷ୍ଠାନର ସଦସ୍ୟ, ସଦସ୍ୟାଗଣ ପ୍ରାତଃକାଳରେ ଅଂଶଗ୍ରହଣ କରିଥିଲେ । ସେମାନଙ୍କ ମଧ୍ୟରେ ସିଭିଲ ସୋସାଇଟି, ବରିଷ୍ଠ ନାଗରିକ ସଂଘ, ଅବସରପ୍ରାପ୍ତ କର୍ମଚାରୀ ସଂଘ, ପଦ୍ମମାଳୀ ମହିଳା ସଂଗଠନ, ମୟୁର ସାହିତ୍ୟ ସଂସଦ, ଏମପିସି ବିଦ୍ୟାଳୟର ଛାତ୍ରଛାତ୍ରୀଗଣ ଅନ୍ୟତମ । ଏତଦ୍ ବ୍ୟତୀତ ଅର୍ଜୁନ ସିଂ, ତପନ କୁମାର ପରିଡା, ବାପି ପରିଡା, ଡଃ ସିପୁନ ପଣ୍ଡା, ମହେଶ୍ୱର ପଣ୍ଡା, କୁଶଧର ବେହେରା, ଜ୍ଞାନରଞ୍ଜନ ବେହେରା ପ୍ରମୁଖ ଅନ୍ତର୍ଭୁକ୍ତ । ଏକ ବଜାର ପରିକ୍ରମାରେ ଯାଇ ଚଣ୍ଡୀ ଛକସ୍ଥ ମଧୁସୂଦନ ଦାସ, ହାଟଛକରେ ସୁଭାଷ ଚନ୍ଦ୍ର ବୋଷ, ଡାକ୍ତରଖାନା ପରିସରରେ ମହାତ୍ମା ଗାନ୍ଧି ଓ ଶାସ୍ତ୍ରୀଜୀ, ବଙ୍ଗଳା ଛକରେ ପ୍ରସନ୍ନ କୁମାର ଦାଶ, ବାହାନଡା ଛକରେ ଗୋପବନ୍ଧୁ ଦାସ, ଉଚ୍ଚ ବିଦ୍ୟାଳୟ ପରିସରରେ ଶରତ ଚନ୍ଦ୍ର ଦାସ ଆଦିଙ୍କ ପ୍ରତିମୂର୍ତ୍ତି ଧୋଇବା ସହ ପୂଜାର୍ଚ୍ଚନା କରାଯାଇଥିଲା । ବେତନଟୀ ଉପକଣ୍ଠ ମହୁଲିଆଠାରେ ମହାତ୍ମାଗାନ୍ଧିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିବାର ଜଣାଯାଇଛି ।