ଗୋରୁ ବୋଝଇ ଗାଡି ଜବତ
ବାଲୁଗାଁଁ : ବାଣପୁର ଅଞ୍ଚଳରେ ଗୋ ମାଫିଆମାଙ୍କୁ ବଜରଙ୍ଗ ଦଳ ଦ୍ୱାରା ଏକ ଗୋରୁ ବୋଝେଇ ପିକ୍ଅପ ଭ୍ୟାନକୁ ଧରି ପୁଲିସ ଜିମା ଦେଇଛନ୍ତି । ଯେଉଁଥିରେ ୨୩ଟି ଗୋରୁ ଥିଲା ବେଳେ, ଦୁଇଟିର ମୃତୁ୍ୟ ହୋଇଛି । ଗାଡି ଚାଳକ ଫେରାର ହୋଇଯାଇଛି । ୨୧ଟି ଜୀବନ୍ତ ଗୋରୁଙ୍କୁ ସ୍ଥାନୀୟ ସୋଲାରୀ ଗୋଶାଳାକୁ ହସ୍ତାନ୍ତର କରିଥିଲେ । ଖୋର୍ଦ୍ଧାରୁ ବାଲୁଗାଁ ଅଭିମୁଖେ ଏକ ପିକ୍ଅପ ଭ୍ୟାନକୁ ବଜରଙ୍ଗ ଦଳର ସଦସ୍ୟ ଅଟକାଇବାକୁ ଚେଷ୍ଟା କରୁଥିବା ବେଳେ, ଚାଳକ ଗାଡି ନ ଅଟକାଇ ଗାଡିକୁ ଅତି ଦ୍ରୁତଗତିରେ ସୁନାଖଳା ହୋଇ ଗମ୍ବରୀମୁଣ୍ଡା ବାଟଦେଇ ବଡହନ୍ତୁଆଡ ମୁସଲିମ ମସଜିଦ ନିକଟରେ ଗାଡି ଛାଡି ଫେରାର ହୋଇଗଲେ । ଘଟଣାର ତଦନ୍ତ ଜାରି ରହିଛି ।