ବରିଷ୍ଠ ନାଗରିକଙ୍କ ବିୟୋଗରେ ଶୋକ
ନାଉଗାଁ: ତିହୁଡା ଗ୍ରାମର ବରିଷ୍ଠ ନାଗରିକ ଉତ୍ତମ ଚରଣ ଲେଙ୍କାଙ୍କ ଅକାଳ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି । ଶ୍ରୀ ଲେଙ୍କା ସଦା ଧାର୍ମିକ କାର୍ଯ୍ୟ, ଭାଗବତ ଟୁଙ୍ଗୀରେ ଭାଗବତ ଚର୍ଚ୍ଚା, ସାମାଜିକ ଉନ୍ନତି କାର୍ଯ୍ୟରେ ସକ୍ରିୟ ଥିଲେ । ସରଳତା, ସହଯୋଗୀ ଓ ଉଚ୍ଚ ଆଦର୍ଶରେ ତାଙ୍କ ଜୀବନ ଗ୍ରାମ ସମାଜର ପାଇଁ ପ୍ରେରଣାଦାୟକ ଥିଲା । ତାଙ୍କ ବିୟୋଗରେ ଆନ୍ତର୍ଜାତୀୟ ଜଗନ୍ନାଥ ସାଂସ୍କୃତି ପ୍ରଚାରକ ବାବାଜୀ ସତ୍ୟାନନ୍ଦ ଦାସ, ମହନ୍ତ ମହାରାଜ ଚିନ୍ତାମଣି ପର୍ବତ, ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳ, ପୂର୍ବତନ ବିଧାୟକ ପ୍ରଶାନ୍ତ ମୁଦୁଲି, ପୂର୍ବତନ ବିଧାୟକ ଜ୍ୟୋତିଷ ଚନ୍ଦ୍ର ଦାସ, ସୁକାନ୍ତ ଲେଙ୍କା, ନିରଞ୍ଜନ ମହାନ୍ତି, ତ୍ରିଲୋଚନ ପାଢ଼ୀ, ଅନିଲ ଲେଙ୍କା, ସମୀର ନାୟକ ଏବଂ ସ୍ଥାନୀୟ ଗ୍ରାମବାସୀ, ବନ୍ଧୁ ଓ ପରିଚିତ, ସାମାଜିକ କର୍ମୀମାନେ ଓ ଧାର୍ମିକ ସଭାଷଦଙ୍କ ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇଛି । ଗ୍ରାମ ଶ୍ମାଶନରେ ତାଙ୍କର ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଥିଲା । ପୂତ୍ର ପବିତ୍ର ଲେଙ୍କା ମୁଖାଗ୍ନି ଦେଇଥିଲେ ।