କଲେଜ ଅଧ୍ୟକ୍ଷ ନିଯୁକ୍ତିରେ ଚଞ୍ଚକତା!
ଜଗତସିଂହପୁର : ତିର୍ତ୍ତୋଲ ଆଦିକବି ସାରଳାଦାସ କଲେଜରେ ବ୍ୟାପକ ଅନିୟମିତତା ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ନିକଟରେ ଅଧ୍ୟକ୍ଷାଙ୍କ ଅବସର ହେଉଥିବା ବେଳେ, ପରବର୍ତ୍ତୀ ଅଧକ୍ଷ ନିଯୁକ୍ତି ନେଇ ଚଞ୍ଚକତା ଓ ବ୍ୟାପକ ଅନିୟମିତତା ନେଇ ଛାତ୍ରଛାତ୍ରୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । କୌଣସି ଉନ୍ନତିମୂଳକ କାର୍ଯ୍ୟ ହେଉପାରୁ ନଥିବା ସହିତ ଶିକ୍ଷା ବ୍ୟବସ୍ଥା ଭୁଶୁଡିବାକୁ ବସିଲାଣି । ମଧ୍ୟାହ୍ନ ପରେ ମହାବିଦ୍ୟାଳୟରେ କର୍ମଚାରୀଙ୍କ ମରୁଡି ଦେଖାଦେଉଛି । ଏପରି ସ୍ଥଳେ ବର୍ତ୍ତମାନର ଅଧ୍ୟକ୍ଷା ନିରବଦ୍ରଷ୍ଟା ନେଇ କାର୍ଯ୍ୟ ଉପରେ ଆଙ୍ଗୁଳି ଉଠିଛ । ନିକଟରେ ସେ ଅବସର ନେବାର ଅଛି ନିୟମ ଅନୁଯାୟୀ ପରବର୍ତ୍ତୀ ବରିଷ୍ଠ ଅଧ୍ୟାପିକା/ଅଧ୍ୟାପକଙ୍କୁ ଦାଇତ୍ୱ ହସ୍ତାନ୍ତର କରାଯାଇଥାଏ । ମାତ୍ର ଏକ କନିଷ୍ଠଙ୍କୁ ଅଧ୍ୟାପକଙ୍କୁ ଦାଇତ୍ୱ ଦେବାପାଇଁ ମସୁଧା ଚାଲିଛି । ଏହି ଅଧ୍ୟାପକ କଲେଜରେ ନିଜର କ୍ଲାସ ପାଠପଢା ଛାଡି, ରାଜନୀତି ଅଧିକା କରନ୍ତି ବୋଲି ଛାତ୍ରଛାତ୍ରଙ୍କ ଭିତରେ ଚର୍ଚ୍ଚା ହେଉଛି । ଅଧ୍ୟାପକ କଲେଜରେ ଆରମ୍ଭରୁ ଥିଲେ ମଧ୍ୟ ଦୁର୍ବଳ ଶିକ୍ଷ୍ୟାଦାନ ପାଇଁ ତାଙ୍କ କ୍ଲାସରେ ପିଲା ହୁଅନ୍ତି ନାହିଁ ଯାହାଫଳରେ + ୩ରେ ଏହି ବିଷୟ ଏବେ ନାହିଁ । କେବଳ +୨ ରେ ସୀମିତ । କଲେଜରେ ଏବ କିଛି ଅଧ୍ୟାପକ ଓ କର୍ମଚାରୀ ନିଶାସେବନ କରୁଥିବାର ଛାତ୍ର ଛାତ୍ରୀମାନେ ଅଭିଯୋଗ ଉଠଉଛନ୍ତି । ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଯଥା କଲେଜ ସମ୍ମୁଖ ସନ୍ଦର୍ଜୀ କରଣ, କାଣ୍ଟିନ ଓ କର୍ମଚାରୀ ସାଧାରଣ ଗୃହ ପାଇଁ ଆସିଥିବା ସରକାରୀ ଅନୁଦାନ ଫେରିଯିବାକୁ ବସିଥିବା ବେଳେ, ପିଲାମାନଙ୍କ ପଇସାରେ ମନଇଛା ଖର୍ଚ୍ଚ ଚାଲିଛି । ଚଳିତ ମାସରେ ପତାକା ରାଲି ପାଇଁ ଆସିଥିବା ୩୦ ହଜାର ଟଙ୍କା ଙ୍କୁ ଅନିୟମିତତା ଭାବେ ଖର୍ଚ୍ଚ କରିଥିବା ଛାତ୍ରଛାତ୍ରୀମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ବର୍ତ୍ତମାନର ପରିଚାଳନା କମିଟି ସଭାପତି ଉପଜିଲ୍ଲାପାଳ ଏଭଳି ବେନିୟମ କାର୍ଯ୍ୟ ଉପରେ ଅଙ୍କୁଶ ନ ଲାଗନ୍ତି ଭବିଷ୍ୟତରେ ଏହା ବ୍ୟାପକ ଆନେ୍ଦାଳନର ରୂପ ନେବପାରେ । ପୂର୍ବରୁ ଭିଜିଲାନସ ଜାଲରେ ଫସିଥିବା ଜୈନେକ ଅଧ୍ୟାପକ କଲେଜ ରେ ସର୍ବେ ସର୍ବା ହେବାକୁ ବସିଛନ୍ତି । ତାଙ୍କର ମନମୁଖୀ କାର୍ଯ୍ୟ ଓ ବ୍ୟବହାରରେ ସମସ୍ତେ ଅତିଷ୍ଠ ହୋଇ ଭାୟରେ ମୁହଁ ଖୋଲୁନଥିବା ଚର୍ଚ୍ଚା ହେଉଛି । ଦେଖାଯାଉ ବର୍ତମାନର ପରିଚାଳନା କମିଟିର ସଭାପତି ଉପଜିଲ୍ଲାପାଳ ଜଗତସିଂହପୁର ଏପରିସ୍ଥଳେ କିଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ଦେଖିବାକୁ ବାକି ରହିଲା ।