ଗ୍ଲୋବାଲ ବ୍ରିଲିଆଣ୍ଟ ସ୍କୁଲର ବାର୍ଷିକ ଉତ୍ସବ

ପଟ୍ଟାମୁଣ୍ଡାଇ : ପଟ୍ଟାମୁଣ୍ଡାଇ ଗ୍ଲୋବାଲ ବ୍ରିଲିଆଣ୍ଟ ସ୍କୁଲର ବାର୍ଷିକ ଉତ୍ସବ ଗ୍ଲୋରୀଫେଷ୍ଟ-୨୫ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅଧକ୍ଷ ଡ଼ ଅଭୟ କୁମାର ସାହୁ ପୌରହିତ୍ୟ କରିଥିଲେ ଏବଂ ଇତିଶ୍ରୀ ସ୍ୱାଇଁ ସଂଯୋଜନା କରିଥିଲେ । ଆୟୋଜିତ ଉତ୍ସବରେ ପି.ଡି.ଜି ଅଶୋକ ବିହାରୀ ମହାପାତ୍ର ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ,ଡ଼ ସୁରେଶ ଚନ୍ଦ୍ର ଖଟୋଇ ମୁଖ୍ୟବକ୍ତା, ସ୍କୁଲ ନିଦେ୍ର୍ଧଶକ ଇଂ ଦେବବ୍ରତ ସ୍ୱାଇଁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଗ୍ଲୋବାଲ ବ୍ରିଲିଆଣ୍ଟ ସ୍କୁଲ ଗୁଣାତ୍ମକ ଶିକ୍ଷା ପ୍ରଦାନ କରି ଉତମ ଛାତ୍ରଛାତ୍ରୀ ସୃଷ୍ଟି କରିବାରେ ସଫଳ ହେବା ସହିତ ପଟ୍ଟାମୁଣ୍ଡାଇ ଅଂଚଳର ଗୌରବ ବୃଦ୍ଧି କରିଛି ବୋଲି ନିଜ ଅଭିଭାଷଣରେ କହିଥିଲେ । ଏଇ ଅବସରରେ ମାଟ୍ରିକ ପରିକ୍ଷାରେ ସର୍ବାଧିକ ନମ୍ବର ରଖିଥିବା ଓମ ପ୍ରକାଶ ମହାନ୍ତିଙ୍କୁ ସ୍କୁଲ ପକ୍ଷରୁ ପୁରଷ୍କୃତ କରାଯାଇଥିଲା । ଅନ୍ୟପକ୍ଷରେ୭ମ ଶ୍ରେଣୀରେ ସର୍ବୋଚ୍ଚ ନମ୍ବର ରଖିଥିବା ମାନସ ରଞ୍ଜନ ଧଳ ଓ ସମର୍ପିତା ମାହୁନ୍ତଙ୍କୁ ସାଇକେଲ ପ୍ରଦାନ କରାଯିବା ସହିତ ବିଭିନ୍ନ ପ୍ରତିଯୋଗିତାରେକୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା ।