୭୦ ପ୍ରତିଶତ ଚାଷୀ ଧାନ ବିକ୍ରିରୁ ବଞ୍ଚିତ ହେବେ

 ବରଗଡ : ଆଗାମୀ ଖରିଫ ଧାନ ସଂଗ୍ରହ ପାଇଁ ସରକାର ପଞ୍ଜିକରଣ ବ୍ୟବସ୍ଥାରେ ଯେଭଲି ଜଟିଳତା ଏବଂ କେନ୍ଦ୍ରୀକରଣ କରିଛନ୍ତି ଏହି ବ୍ୟବସ୍ଥାରେ ପଞ୍ଜିକରଣ କରି ନପାରି ପ୍ରାୟ ୭୦ ଭାଗ ଚାଷୀ ମଣ୍ଡିରେ ଧାନ ବିକ୍ରି କରିବାରୁ ବଞ୍ଚିତ ହେବେ । ଏପରି ଏକ ପଞ୍ଜିକରଣ ବ୍ୟବସ୍ଥାକୁ ସରକାର ଶୀଘ୍ର ପ୍ରତ୍ୟାହାର କରନ୍ତୁ ଅନ୍ୟଥା ସମଗ୍ର ପଶ୍ଚିମ ଓଡିଶାରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହେବ ବୋଲି ପଶ୍ଚିମ ଓଡିଶା କୃଷକ ସଂଗଠନ ସମନ୍ୱୟ ସମିତି ଆବାହକ ଲିଂଗରାଜ ଓ ଅଶୋକ ପ୍ରଧାନ ଏକ ସାମ୍ବାଦିକ ସମ୍ମିଳନୀରେ ଆହ୍ୱାନ ଦେଇଛନ୍ତି । ବରଗଡ  ସମତା ଭବନରେ ପଶ୍ଚିମ ଓଡିଶା କୃଷକ ସଂଗଠନ ସମନ୍ୱୟ ସମିତି ପକ୍ଷରୁ ସରକାରଙ୍କ ନୂତନ ପଞ୍ଜିକରଣ ନିଦେ୍ର୍ଦଶାବଳୀକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ବର୍ତ୍ତମାନ ଖରିଫ ଋତୁର ଚାଷକାର୍ଯ୍ୟରେ ଚାଷୀ ବ୍ୟସ୍ତ ଥିବା ସମୟରେ ସରକାର ଧାନ ବିକ୍ରି ପାଇଁ ପଞ୍ଜିକରଣ ବ୍୍ୟବସ୍ଥାକୁ ଯେଭଲି ଜଟିଳ କରି ବଂଶାବଳି, ଆଖି ସ୍କାନ, ସମୟ ସୀମା ଏବଂ  ଅନ୍ୟାନ୍ୟ ଜଟିଳ ନିୟମାବଳୀ ଲାଗୁ କରିଛନ୍ତି । ସେହି ସବୁ କାମ ପାଇଁ ଚାଷୀ ଚାଷ କରିବ ନା କାଗଜ ପତ୍ର ପାଇଁ ଆର୍ଆଇ ଓ ତହସିଲ ଅଫିସ୍ ଦୌଡିବ । ଏପରି ଏକ ଜଟିଳ ଏବଂ କେନ୍ଦ୍ରୀକରଣ ପଞ୍ଜିକରଣ ବ୍ୟବସ୍ଥା କୁ ସରକାର ଅତି ଶୀଘ୍ର ପ୍ରତ୍ୟାହାର କରି ଏକ ସରଳ ଓ ଚାଷୀଭିମୁଖୀ ବ୍ୟବସ୍ଥା ଲାଗୁ  କରନ୍ତୁ ଯେଉଁଥିରେ କୌଣସି ଚାଷୀ ପଞ୍ଜିକରଣ କରି ନପାରି ମଣ୍ଡିରେ ଧାନ ବିକ୍ରି କରିବାରୁ ବଞ୍ଚିତ ନ ହେଉ, ଅନ୍ୟଥା ସମଗ୍ର ପଶ୍ଚିମ ଓଡିଶାରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବ । ସରକାର ୮୦୦ ଟଙ୍କା ବୋନସ୍ ସହାୟତା ରାଶି ପ୍ରଦାନ ନାଁରେ କାହିଁକି ଏପରି ଷଡଯନ୍ତ୍ର କରୁଛି ବୋଲି ସମ୍ମିଳନୀରେ ସମିତି ପ୍ରବକ୍ତା ସରୋଜ ଗମ୍ଭୀର ପ୍ରଶ୍ନ କରିଥିଲେ । ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଜୟ କିସାନ ଆନେ୍ଦାଳନର ଜିଲ୍ଲା ସଭାପତି ସୁଶୀଲ ସାହୁ, ସାଧାରଣ ସଂପାଦକ ହର ବଣିଆଁ, ଅରୁଣ ସାହୁ, ଭଞ୍ଜନ ବାରିକ, କିଶୋର ସାହୁ ଉପସ୍ଥିତ ଥିଲେ ।