ଦୁର୍ଘଟଣାରେ ବାର୍ହା ମୃତ
ାା ପ୍ରଭାନୁ୍ୟଜ ।ା ହିନେ୍ଦାଳ: ଢେଙ୍କାନାଳ ଜିଲ୍ଲା ହିନେ୍ଦାଳ ଥାନା ପୁରୁଣା କଟକ ସମ୍ବଲପୁର ରାସ୍ତାର ବାଘଧରିଆ ସାତମାଇଲ ମଧ୍ୟସ୍ଥଳରେ ଏକ ବାଇକ୍ ଏବଂ ବାର୍ହା ମଧ୍ୟରେ ଧକ୍କା ହେବାରୁ ଘଟଣାସ୍ଥଳରେ ବାର୍ହାର ମୃତୁ୍ୟ ଘଟିଥିବାବେଳେ ବାଇକ୍ ଆରୋହୀ ଗୁରୁତର ଆହତ ହୋଇଥିବା ଜଣାପଡିଛି । ସୂଚନା ଅନୁଯାୟୀ, ଢେଙ୍କାନାଳ ଜିଲ୍ଲା ରାସୋଳ ଥାନା ବାବନ୍ଧ ଗ୍ରାମପଞ୍ଚାୟତ ବେଡାପଡା ଗ୍ରାମର ବାଉରିବନ୍ଧୁ ସାମଲ କୌଣସି ଏକ କାର୍ଯ୍ୟରେ ଯାଉଥିବାବେଳେ ସାତମାଇଲ ବାଘଧରିଆ ମଧ୍ୟସ୍ଥଳରେ ଏକ ବାର୍ହା ସହିତ ଧକ୍କା ହୋଇଥିଲା । ଫଳରେ ବାଉରୀବନ୍ଧୁ ଛିଟିକି ପଡ଼ିଥିଲେ । ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ ବନବିଭାଗ ଏବଂ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ତୁରନ୍ତ ଅଗ୍ନିଶମ ବାହିନୀ ପହଞ୍ଚô ଗୁରୁତର ବାଉରୀବନ୍ଧୁଙ୍କୁ ହିନେ୍ଦାଳ ଡାକ୍ତରଖାନା ନେଇଥିଲେ । ହେଲେ ସେଠାରେ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଅନୁଗୋଳ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ଅନ୍ୟପଟେ ଦୁର୍ଘଟଣାରେ ମୃତ ବାର୍ହାକୁ ବନବିଭାଗ ବ୍ୟବଚ୍ଛେଦ କରି ପୋତି ଦେଇଥିବାର ସଚନା ମିଳିଛି । ସାତମାଇଲ ବାଘଧରିଆ ରାସ୍ତାର ଉଭୟ ପାର୍ଶ୍ୱ ଜଙ୍ଗଲ ହୋଇଥିବାବେଳେ ଏହି ସ୍ଥାନରେ ବର୍ଷ ତମାମ ହାତୀ, ବାର୍ହା ଜଙ୍ଗଲି ଜନ୍ତୁମାନଙ୍କର ପ୍ରାଦୁର୍ଭାବ ବଢିବାରେ ଲାଗିଛି । ଏହି ସ୍ଥାନରେ ବାରମ୍ବାର ଦୁର୍ଘଟଣା ଘଟୁଥିଲେ ମଧ୍ୟ ପୂର୍ତ୍ତବିଭାଗ, ବନବିଭାଗ ଏବଂ ପ୍ରଶାସନ କୌଣସି ପଦକ୍ଷେପ ଗ୍ରହଣ କରୁଥିବା ପରିତାପର ବିଷୟ ପାଲଟିଛି ।