ଘର ତାଲା ଭାଙ୍ଗି ଲୁଟ୍ ଘଟଣା ; ଫେରାର ଅଭିଯୁକ୍ତ ଗିରଫ

ଭୁବନେଶ୍ୱର, ୧୬ା୪ : ଅଭିଯୋଗକାରିଣୀ ପୁଅ ସହ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲ ଯାଇଥିବା ବେଳେ ଘରର ତାଲାଭାଙ୍ଗି ୨ ଲକ୍ଷ ଟଙ୍କା ଲୁଟ୍ ଘଟଣା । ଏହି ଘଟଣାରେ ମୈତ୍ରୀବିହାର ଥାନା ପୁଲିସ ପୂର୍ବରୁ ଜଣେ ରବୀନ୍ଦ୍ର ରେଡ୍ଡୀ ନାମକ ଲୁଟେରାକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଆଜି ଅନ୍ୟ ଜଣେ ଫେରାର ଥିବା ଲୁଟେରାକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଗିରଫ ଅଭିଯୁକ୍ତ ହେଲା, ସାଲିଆ ସାହିର ସନ୍ତୋଷ ମନ୍ଥନ ।
ସୂଚନାଯୋଗ୍ୟ ଯେ, ଗତ ତା ୧୬.୦୫.୨୦୨୩ ରିଖ ଦିନ ଅଭିଯୋଗକାରିଣୀ ପରିବାର ସହ ସାଲିଆ ସାହି ଅଞ୍ଚଳରେ ରୁହନ୍ତି । ଗତ ତା ୭.୦୫.୨୦୨୩ ରିଖ ଦିନ ସକାଳେ ସେ ଘରର ତାଲା ପକାଇ ପୁଅ ସହ ଚିକିତ୍ସା ନିମନ୍ତେ କ୍ୟାପିଟାଲ ହସ୍ପିଟାଲକୁ ଯାଇଥିଲେ । ଏହି ସମୟରେ ଦୁଇ ଅଭିଯୁକ୍ତ ବାଇକରେ ଆସି ଅଭିଯୋଗକାରିଣୀଙ୍କ ଘର ତାଲା ଭାଙ୍ଗି ଭିତରେ ପଶିବା ସହିତ ଘରେ ଥିବା ଏକ ଦସ୍ତା ବାକ୍ସକୁ ନେଇ ଫେରାର ହୋଇଯାଇଥିଲେ । ପରେ ବାକ୍ସରେ ଥିବା ୨ ଲକ୍ଷ ଟଙ୍କା ନେଇ ଉଭୟଙ୍କ ମଧ୍ୟରେ ଭାଗ ବାଣ୍ଟି ନେଇଯାଇଥିଲେ । ସେପଟେ ଅଭିଯୋଗକାରିଣୀ ହସ୍ପିଟାଲରୁ ଆସି ଦେଖିଲା ବେଳକୁ କେହି ଘରର ତାଲାଭାଙ୍ଗି ଟଙ୍କା ଥିବା ବାକ୍ସକୁ ଚୋରୀ କରିନେଇଯାଇଛି । ଫଳରେ ଏନେଇ ଅଭିଯୋଗକାରିଣୀ ମୈତ୍ରୀବିହାର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ ୧୬୫ରେ ମାମଲା ରୁଜୁକରି ତଦନ୍ତ ଚଳାଇ ଜଣେ ରବୀନ୍ଦ୍ର ରେଡ୍ଡୀ ନାମକ ଅଭିଯୁକ୍ତକୁ ଗିରଫ କରିଥିଲା । ହେଲେ ମୁଖ୍ୟ ଅଭିଯୁକ୍ତ ଫେରାର ରହିଥିଲା । ସେବେଠାରୁ ପୁଲିସ ଅଭିଯୁକ୍ତକୁ ଗିରଫ ଲାଗି ଚଢ଼ାଉ ଜାରି ରଖିଥିବା ବେଳେ ଆଜି ତାକୁ ସାଲିଆ ସାହିରୁ ଗିରଫ କରାଯାଇଛି ।