ମାଲିକର ଟ୍ରକ୍ ଚୋରୀ କରି ଡ୍ରାଇଭର ଗିରଫ

ମାଲିକର ଟ୍ରକ୍ ଚୋରୀ କରି ଡ୍ରାଇଭର ଗିରଫ


 ଭୁବନେଶ୍ୱର, ୧୬ା୪ : ଘର ଆଗରୁ ମାଲିକର ଏକ ଟ୍ରକ୍ ଚୋରୀ କରି ଫେରାର ଥିବା ଡ୍ରାଇଭରକୁ ଗିରଫ କଲା ବାଲିଅନ୍ତା ଥାନା ପୁଲିସ । ତାଠାରୁ ଚୋରୀ ହୋଇଥିବା ଟ୍ରକ୍କୁ ମଧ୍ୟ ଜବତ କରିଛି । ଗିରଫ ଅଭିଯୁକ୍ତ ହେଲା, କଟକ ଜିଲ୍ଲା ବାଙ୍କି ଅଞ୍ଚଳର ପ୍ରମୋଦ କୁମାର ମଲ୍ଲିକ । ପରେ ଥାନା କେସ ନମ୍ବର ୧୮୨ରେ ମାମଲା ରୁଜୁକରି ଦଫା ୩୮୧ରେ କୋର୍ଟ ଚାଲାଣ କରାଯାଇଛି ।
 ସୂଚନାଯୋଗ୍ୟ ଯେ, ଅଭିଯୋଗକାରୀ ରଞ୍ଜନ କୁମାର ମହାପାତ୍ର ଜଣେ ବ୍ୟବସାୟୀ ହୋଇଥିବା ବେଳେ ତାଙ୍କର ୩ଟି ଟ୍ରକ୍ ରହିଛି । ସେ ଟ୍ରକ୍ ଗୁଡିକୁ ବିଭିନ୍ନ ବ୍ୟବସାୟ କାର୍ଯ୍ୟରେ ନିୟୋଜିତ କରିଛନ୍ତି । ସେ ନିଜ ଟ୍ରକ ଚଳାଇବାକୁ ଗତ କିଛିମାସ ପୂର୍ବରୁ ଅଭିଯୁକ୍ତ ପ୍ରମୋଦ କୁମାର ମଲ୍ଲିକକୁ ସେ ଡ୍ରାଇଭର ଭାବେ ନିଯୁକ୍ତି ଦେଇଥିଲେ । ଗତ ୧୨ ତାରିଖ ବିଳମ୍ବିତ ରାତିରେ ଶିଶିଲୋ ଛକ ଅନ୍ତର୍ଗତ ମାଲିକଙ୍କ ଭଡା ଘର ସାମ୍ନାରେ ପାର୍କିଂ ହୋଇଥିବା ୩ଟି ଟ୍ରକ୍ ମଧ୍ୟରୁ ଏକ ଟ୍ରକ୍ ଚୋରୀ ହୋଇଯାଇଥିଲା । ହେଲେ ମାଲିକ ପ୍ରଥମେ ପ୍ରଥମେ ଅଭିଯୁକ୍ତ ଡ୍ରାଇଭର ପ୍ରମୋଦ ଉକ୍ତ ଟ୍ରକକୁ କୌଣସି ଭଡ଼ା କାମରେ ନେଇଥିବା ସେ ସନେ୍ଦହ କରିଥିଲେ । କୁନ୍ତୁ ୨ରୁ ୩ ଦିନ ବିତିଯାଇଥିଲେ ମଧ୍ୟ ଅଭିଯୁକ୍ତ ଡ୍ରାଇଭର ମାଲିକ ସହ କୌଣସି ଯୋଗାଯୋଗ କରିନଥିଲା କି ତାଙ୍କ ଫୋନ କଲକୁ ମଧ୍ୟ ଉଠାଉନଥିଲା । ଫଳରେ ଅଭିଯୁକ୍ତ ଡ୍ରାଇଭର ଟ୍ରକକୁ ଚୋରୀ କରିଥିବାର ସନେ୍ଦହ ହେବା ପରେ ଅଭିଯୋଗକାରୀ ବାଲିଅନ୍ତା ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ଥାନା ଅଧିକାରୀ ରବୀନ୍ଦ୍ର ମେହେର ମାମଲା ରୁଜୁକରି ତଦନ୍ତ ଚଳାଇ ଆଜି ଅଭିଯୁକ୍ତକୁ ରସୁଲଗଡ଼ ଅଞ୍ଚଳରୁ ଗିରଫ କରାଯାଇଥିବା ବେଳେ ତାଠାରୁ ଚୋରା ଟ୍ରକକୁ ଜବତ କରାଯାଇଛି । ପରେ ଟ୍ରକକୁ ଅଭିଯୋଗକାରୀଙ୍କୁ ଜିମ୍ମା ଦିଆଯାଇଛି ।