ଘରେ ପଶି ମହିଳାଙ୍କୁ ଅସଦାଚରଣ ; ଅଭିଯୁକ୍ତ ଗିରଫ

ଘରେ ପଶି ମହିଳାଙ୍କୁ ଅସଦାଚରଣ ; ଅଭିଯୁକ୍ତ ଗିରଫ


 ଭୁବନେଶ୍ୱର, ୬ା୫ : ଏକୁଟିଆ ଶୋଇଥିବା ବେଳେ ଘରେ ପଶି ମହିଳାଙ୍କୁ ଯୋରଜବରଜସ୍ତ ଅସଦାଚରଣ । ଏତିକି ବେଳେ ମହିଳା ଜଣଙ୍କ ଚିକ୍ରାର କରିବା ସହ ହୋ ହାଲା କରିବା ବେଳେ ଅଭିଯୁକ୍ତ ଜଣଙ୍କ ମହିଳାଙ୍କୁ ମାଡ ମାରି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା । ଏନେଇ ତମାଣ୍ଡୋ ଥାନାରେ ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇ ସୋମବାର ଦିନ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ହେଲା, ତମାଣ୍ଡୋ ମଣ୍ଟୁ କଲୋନୀରେ ରହୁଥିବା ବାଲେଶ୍ୱର ଜିଲ୍ଲାର ମଙ୍ଗଲ ହେର୍ମମ ।
ସୂଚନାଯୋଗ୍ୟଯେ, ଅଭିଯୋଗକାରିଣୀ ଜଣକ ତମାଣ୍ଡୋ ଥାନା ଅଞ୍ଚଳରେ ରୁହନ୍ତି । ଗତ କାଲି ସେ ଘରେ ଏକୁଟିଆ ଶୋଇଥିବା ବେଳେ ଅଭିଯୁକ୍ତ ଜଣଙ୍କ ସୁଯୋଗ ନେଇ ଘରେ ପଶି ତାଙ୍କ ସହିତ ଯୋରଜବରଜସ୍ତ ମାଡ଼ି ବସି ଅସଦାଚରଣ କରିଥିଲେ । ଏହି ସମୟରେ ଅଭିଯୋଗକାରିଣୀ ଜଣଙ୍କ ହଠାତ ନିଦରୁ ଉଠିଯିବାରୁ, ଅଭିଯୁକ୍ତ ସେଠାରୁ ଦୌଡ଼ି ପଳାଇବା ସହିତ ଜଣେ ପଡୋଶୀଙ୍କ ଘରେ ପଶିଯାଇଥିଲେ । ଏହି ସମୟରେ ଅଭିଯୋଗକାରିଣୀ ତୁରନ୍ତ ଯାଇ ଅଭିଯୁକ୍ତ ପଶିଥିବା ଘରର ସଦସ୍ୟଙ୍କୁ ଡାକପକାଇଥିଲେ । ତାଙ୍କ ପାଟି ସୁଣି ସମସ୍ତେ ଉଠିଯିବାରୁ, ଅଭିଯୁକ୍ତ ଜଣଙ୍କ ଘର ଭିତରୁ ବାହାରକୁ ଆସି ଯିବାରୁ ଅଭିଯୋଗକାରିଣୀ କଣ ପାଇଁ ଏମିତି କଲୁ ବୋଲି ପ୍ରଶ୍ନ କରିଥିଲେ । ଏହି ସମୟରେ ଅଭିଯୁକ୍ତ ଜଣଙ୍କ ଅଭିଯୋଗକାରିଣୀଙ୍କୁ ଗାଳିଗୁଲଜ କରିବା ସହ ମାଡ ମାରି ଘଟଣା ସ୍ଥଳରୁ ଦୌଡ଼ି ପଳାଇଥିଲା । ଏନେଇ ମହିଳା ଜଣଙ୍କ ତମାଣ୍ଡୋ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ଅଭିଯୁକ୍ତକୁ ଆଜି ଗିରଫ କରିଛି ।