ଚୋରା ମୋବାଇଲ ବିକ୍ରି ବେଳେ ଲୁଟେରା ଗିରଫ

ଚୋରା ମୋବାଇଲ ବିକ୍ରି ବେଳେ ଲୁଟେରା ଗିରଫ

ଭୁବନେଶ୍ୱର, ୨୩ା୧୧ ରାଜମହଲ ଛକ ବସ ଷ୍ଟପ୍ ପଛ ପାଖରେ କେତେକ ଚୋରା ମୋବାଇଲକୁ ବିକ୍ରି କରିବାକୁ ଗ୍ରାହକ ଖୋଜୁଥିବା ବେଳେ, ଲୁଟେରାକୁ କାବୁ କଲା କ୍ୟାପିଟାଲ ଥାନା ପୁଲିସ । ପରେ ତଲାସି ବେଳେ ତାଠାରୁ ୩ଟି ଚୋରା ମୋବାଇଲ ଜବତ କରାଯାଇଛି । ଗିରଫ ଅଭିଯୁକ୍ତ ହେଲା, ଜଟଣୀ ଅଞ୍ଚଳର ଭବାନୀ ଶଙ୍କର ମହାପାତ୍ର ଓରଫ ବାନା । ଆଜି ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି ।
 ସୂଚନା ଯୋଗ୍ୟଯେ, କ୍ୟାପିଟାଲ ଥାନାଧିକାରୀଙ୍କ ନିଦେ୍ର୍ଦଶ କ୍ରମେ ଥାନାର ଏକ ସ୍ପେଶାଲ ଟିମ ଆଜି ନିଜ ଅଞ୍ଚଳରେ ପାଟ୍ରୋଲିଂ କରୁଥିବା ବେଳେ, ଅଭିଯୁକ୍ତ ଜଣକ ରାଜମହଲ ଛକ ଠାରେ ଥିବା ବସ ଷ୍ଟପ ପଛ ପାଖରେ କେତେକ ଚୋରା ମୋବାଇଲ ଫୋନକୁ କମ ଦାମରେ ବିକ୍ରି କରିବା ଲାଗି ଗ୍ରାହକ ସନ୍ଧାନରେ ଥିବା ନେଇ, ବିଶ୍ୱସ୍ତ ସୁତ୍ରରୁ ସୂଚନା ପାଇଥିଲେ । ଏହି ସୂଚନା ଆଧାରରେ ପାଟ୍ରୋଲିଂ ଟିମ ଘଟଣା ସ୍ଥଳରେ ଅତର୍କିତ ଚଢ଼ଉ କରିବା ସହିତ ଅଭିଯୁକ୍ତକୁ କାବୁ କରିବାରେ ସକ୍ଷମ ହୋଇଥିଲେ । ପରେ ଅଭିଯୁକ୍ତର ଛାନଭିନ ବେଳେ ତାଠାରୁ ୩ଟି ଚୋରା ମୋବାଇଲ ଜବତ କରାଯାଇଥିଲା । ଏନେଇ ଥାନାରେ ଏକ ମାମଲା ରୁଜୁକରାଯିବା ସହ ଗିରଫ କରାଯାଇ ଆଜି କୋର୍ଟ ଚାଲାଣ କରାଯାଇଛି ।