ଭିଜିଲାନ୍ସ ଜାଲରେ ଟାଉନ ଥାନା ଏଏସ୍ଆଇ
ଯାଜପୁର : ପାଞ୍ଚ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଯାଜପୁର ଟାଉନ ଥାନା ଏଏସଆଇ ନନ୍ଦ କିଶୋର ଦାସ । ଏଏସଆଇ ଦୁଇ ଭାଇଙ୍କ ମଧ୍ୟ ଲାଗିରହିଥିବା ଜମିବାଡ଼ ବିବାଦରୁ ଫାଇଦା ଉଠାଇବାକୁ ୧୦ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ହେଲେ ଲାଞ୍ଚ ଦେବାକୁ ସମ୍ମତି ପ୍ରକାଶ କରିଥିବା ପ୍ରଜା ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ । ଖବରଟି ଏହିପରି ବଡ଼ବଜାର ଛକର ରସାନନ୍ଦ ସାହୁ ଓ ସାନଭାଇ ଦୋଳ ଗୋବିନ୍ଦ ସାହୁଙ୍କ ମଧ୍ୟରେ ଜମି ବାଡିକୁ ନେଇ ବିବାଦ ଦେଖା ଦେଇଥିଲା । ଯେଉଁ ବିବାଦ ହାଇକୋର୍ଟରେ ପହଁଚିଥିଲା । ୧୦ବର୍ଷ ପରେ ହାଇକୋର୍ଟ ସାନ ଭାଇ ଦୋଳଗୋବିନ୍ଦଙ୍କ ସପକ୍ଷରେ ରାୟ ଦେଇଥିଲେ ।
ହାଇକୋର୍ଟର ରାୟକୁ ନେଇ ଦୋଳଗୋବିନ୍ଦ ଉପ ଜିଲ୍ଲାପାଳଙ୍କ ପାଖରେ ସୀମା ନିର୍ଦ୍ଧାରଣ ପାଇଁ ଦରଖାସ୍ତ କରିଥିଲେ । କିନ୍ତୁ ବଡ ଭାଇ ରସାନନ୍ଦ ଏହି ରାୟ ବିରୁଦ୍ଧରେ ପୁନରାୟ ଉଚ୍ଚ ନ୍ୟାୟାଳୟକୁ ଯାଇଥିଲେ । ଉଚ୍ଚ ନ୍ୟାୟାଳୟ ମଧ୍ୟ ସାନ ଭାଇ ଦୋଳ ଗୋବିନ୍ଦଙ୍କୁ ଯାଜପୁର ତହସିଲଦାର ସୀମା ନିର୍ଦ୍ଧାରଣ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ଯାଜପୁର ତହସିଲଦାର ପୁଲିସ ଉପସ୍ଥିତରେ ସୀମା ନିର୍ଦ୍ଧାରଣ ସମୟରେ ଉଭୟ ଭାଇଙ୍କ ମଧ୍ୟରେ ଗଣ୍ଡଗୋଲ ହେବାରୁ ସୀମା ନିର୍ଦ୍ଧାରଣ ସ୍ଥଗିତ ରହିଥିଲା । ଏହି ପରିପ୍ରେକ୍ଷୀରେ ଯାଜପୁର ପୁଲିସ କେଶ ନଂ ୫୨୩/୨୫ ରୁଜୁ କରୁଥିଲେ । ଏହି ମାମଲା ଦୋଳ ଗୋବିନ୍ଦ ସାହୁଙ୍କ ସପକ୍ଷରେ ନେବା ପାଇଁ ଏଏସଆଇ ନନ୍ଦ କିଶୋର ଦାସ ତାଙ୍କୁ ୧୦ହଜାର ଲାଞ୍ଚ ଦେବା ପାଇଁ କହିଥିଲେ । ଦୋଳଗୋବିନ୍ଦ ୫ହଜାର ଦେବା ପାଇଁ ରାଜି ହୋଇ ଦୁର୍ନୀତି ବିଭାଗର ଦ୍ୱାରସ୍ଥ ହୋଇଥିଲା । ଆଜି ଟଙ୍କା ଦେଲା ବେଳେ ଦୁର୍ନୀତି ବିଭାଗ ତାଙ୍କୁ କାବୁ କରିଥିଲା । ଏହି ମିଶନରେ ଦୁର୍ନୀତି ବିଭାଗର ଡିଏସପି ସୁଶିଲ ଏକ୍କା, ଇନ୍ସ୍େପକଟର ବିଜୟ କୁମାର ସାହୁ, ଇନ୍ସ୍େପକଟର ଜ୍ୟୋତି ଶଙ୍କର ସାହୁ, ଇନ୍ସିପେକ୍ଟର ସଂଘମିତ୍ରା ଦାସ, ଇନ୍ସ୍େପକଟର ସରୋଜ କୁମାର ସେଠୀ, ଏଏସଆଇ ଶ୍ରୀକାନ୍ତ କୁମାର ନାୟକ, ଏଏସଆଇ ଶୁଭାଶିଷ ବେହେରା ପ୍ରମୁଖ ସାମିଲ ଥିଲେ ।