ଘୁଞ୍ଚିଲା ଯୁକ୍ତ ଦୁଇ ଫର୍ମ ପୂରଣ ତାରିଖ

ଘୁଞ୍ଚିଲା ଯୁକ୍ତ ଦୁଇ ଫର୍ମ ପୂରଣ ତାରିଖ

ଭୁବନେଶ୍ୱର : ବାତ୍ୟା ମୋନ୍ଥା ପାଇଁ ଘୁଞ୍ଚିଲା ଯୁକ୍ତ ଦୁଇ ଫର୍ମପୂରଣ ତାରିଖ । ୨୦୨୬ ଯୁକ୍ତ ଦୁଇ ପରୀକ୍ଷା ଲାଗି ଅକ୍ଟୋବର ୨୮ ଥିଲା ଶେଷ ଫର୍ମ ପୂରଣ ତାରିଖ । ହେଲେ ବାତ୍ୟା ମୋନ୍ଥା ଲାଗି ଅନେକ ପିଲା ଫର୍ମ ପୂରଣ ହୋଇପାରିନାହିଁ । ଯାହାକୁ ନେଇ ଅନେକ କଲେଜରେ ଫର୍ମ ପୂରଣ ହୋଇପାରିନଥିଲା । ଏ ନେଇ କଲେଜ ଗୁଡିକ ଠାରୁ ନିବେଦନ ଆସିବା ପରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇ ତାରିଖକୁ ଘୁଞ୍ଚାଇ ଦିଆଯାଇଛି । ଯୁକ୍ତ ଦୁଇ ଫର୍ମପୂରଣ ପାଇଁ ଶେଷ ତାରିଖ ନଭେମ୍ବର ୩ ପର୍ଯ୍ୟନ୍ତ ଘୁଞ୍ଚାଇଛନ୍ତି ବୋର୍ଡ କର୍ତ୍ତୃପକ୍ଷ ।