ଚକ୍ଷୁ ଓ ଦନ୍ତ ଚିକିତ୍ସା ଶିବିର
ନାଉଗାଁ : ରୋଟାରି ଇଣ୍ଟରନେଶନାଲ ଜଗତସିଂହପୁର ରୋଟାରି କ୍ଲବ୍ ଆନୁକୂଲ୍ୟରେ ନାଉଗାଁ ବ୍ଲକ୍ ଜାଗୁଳାଇ ମନ୍ଦିର ପରିସରରେ ମାଗଣା ଚକ୍ଷୁ ଓ ଦନ୍ତ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଶିବିରକୁ ରୋଟାରି ଜଗତସିଂହପୁର ଡିଷ୍ଟ୍ରିକ ଗର୍ଭନର ଯଜ୍ଞାଶିଷ ମହାପାତ୍ରଙ୍କ ତତ୍ୱାବଧାନ ଓ ବାବା ସତ୍ୟାନନ୍ଦ ଦାସ ମହାରାଜଙ୍କ ଦ୍ୱାରା ଶିବିର ଉଦ୍ଘାଟନ କରାଯାଇଥିଲା । ଏହି ଶିବିରରେ ନାଉଗାଁ ବ୍ଲକ୍ର ବିଭିନ୍ନ ଅଞ୍ଚଳରୁ ବହୁ ଲୋକଙ୍କ ଚକ୍ଷୁ ଚିକିତ୍ସା କରିବା ସହିତ ମାଗଣା ଚଷମା ପ୍ରଦାନ କରାଯାଇଥିଲା । ଏବଂ ଦନ୍ତ ଚିକିତ୍ସା ମଧ୍ୟ କରାଇଥିଲେ । ଶିବିରରେ ଦନ୍ତ ବିଭାଗକୁ ଡ. ପ୍ରସ୍ତା ମିଶ୍ର ଏବଂ ଡ. ପ୍ରସନ୍ନ ସେଠି ଏବଂ ଚକ୍ଷୁ ବିଭାଗରେ ରୋଟାରି ଚକ୍ଷୁ ଚିକିତ୍ସାଳୟ ପକ୍ଷରୁ ଡ. ସୂତ୍ର ସୁଧାକର ବେହେରା, ସନ୍ଧ୍ୟାରାଣୀ ସାମଲ, ତୃପ୍ତିରେଖା ଦଳାଇ ଚକ୍ଷୁ ଚିକିତ୍ସା କରିଥିଲେ । ଶିବିରରେ ଜଗତସିଂହପୁର ଜିଲ୍ଲା ରୋଟାରି କ୍ଲବ୍ ପକ୍ଷରୁ ସଭାପତି ରୋଟାରୀଆନ ବିପ୍ଳବ ମହାନ୍ତି, ସେକ୍ରେଟାରୀ ରୋଟାରୀଆନ ଜ୍ଞାନରଞ୍ଜନ ଆଚାର୍ଯ୍ୟ, ରୋଟାରୀଆନ ସୁବାଷ ଚନ୍ଦ୍ର ରାଉତ, ରୋଟାରୀଆନ ଭାରତୀ ମହାପାତ୍ର, ରୋଟାରୀଆନ ଆଲୋକ ରଞ୍ଜନ ଦାସ, ରୋଟାରିଆନ ରଶ୍ମିରଞ୍ଜନ ମିଶ୍ର, ଓସ୍ତା ସମ୍ପାଦକ ହିମାଂଶୁ ମହାନ୍ତି ଉପସ୍ଥିତ ରହି ଶିବିରର ତଦାରଖ କରିଥିଲେ । ଶିବିରକୁ କୈଳାସ ଚନ୍ଦ୍ର ସ୍ୱାଇଁ, ରାମକୃଷ୍ଣ ସାହୁ, ସରୋଜ ଲେଙ୍କା, ସୁନୀଲ ମାଟିଆ, ତପନ ବେହେରା, ଶିଖର ଚନ୍ଦ୍ର ପାଢ଼ୀ ପ୍ରମୁଖ ଶିବିରକୁ ପରିଚାଳନା କରିଥିଲେ । ଶେଷରେ ସାମ୍ବାଦିକ ମନୋଜ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।