ଠାକୁର ଅଭିରାମ ପରମହଂସଦେବଙ୍କ ସନାତନ ଧର୍ମ ସମ୍ମିଳନୀ

ରାଜନଗର : ମହୁଲିଆ ଖେଳପଡିଆରେ ଜଗଦଗୁରୁ ଠାକୁର ଅଭିରାମ ପରମହଂସଦେବଙ୍କ ସନାତନ ଧର୍ମ ସମ୍ମିଳନୀ ଓ ଭକ୍ତ ମିଳନ ଉତ୍ସବ ଚୁଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଚଳିତ ମାସ ୨୦ ରୁ ୨୩ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଭକ୍ତ ସମ୍ମିଳନୀରେ ଶାନ୍ତି ଆନନ୍ଦାଶ୍ରମ ଓ ମହୁଲିଆ ପଞ୍ଚାୟତ ଭକ୍ତସମିତି ଆନୁକୂଲ୍ୟରେ ଏହି ଉତ୍ସବ ଅନୁଷ୍ଠିତ ହେବ । ବାବାଜୀ ଅଦୈତ ଦାସ ଏନେଇ ସମୀକ୍ଷା କରିଛନ୍ତି । ଠାକୁରଙ୍କ ବିଗ୍ରହକୁ ରାଜନଗର ମନ୍ଦିରରୁ ସମ୍ମିଳନୀ ମଣ୍ଡପ ନିକଟକୁ ଶୋଭାଯାତ୍ରାରେ ନିଆଯିବ । ଶାନ୍ତି ଆନନ୍ଦ ଆଶ୍ରମ କରମଳାର ପୂଜ୍ୟ ସାଧୁସନ୍ଥ ବାବାଜୀ ଭୀମସେନ ଦାସ, ବାବାଜୀ ଅଦୈତ ଦାସ, ବାବାଜୀ ରାଧାରମଣ ଦାସ ଓ ବାବାଜୀ ଜନ୍ମେଜୟ ଦାସ ତତ୍ୱାବଧାରକ ଭାବରେ ଉପସ୍ଥିତ ରହିବେ । ଏହି ସମୀକ୍ଷା ବୈଠକରେ ମୁରବୀ ବିଶ୍ୱନାଥ ରାଉତ, ବୈକୁଣ୍ଠ ଦାସ, ବ୍ରହ୍ମାନନ୍ଦ ରାଉତ, ଗଙ୍ଗାଧର ଦାସ, ସଞ୍ଜୟ ସ୍ୱାଇଁଙ୍କ ସହ ସ୍ଥାନୀୟ ଭକ୍ତ ସମିତିର କର୍ମକର୍ତ୍ତା ଉପସ୍ଥିତ ଥିଲେ ।