କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଶୁଭାରମ୍ଭ
କୋରାପୁଟ: କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକରେ ରହିଥିବା ଗିର୍ଲିଗୁମ୍ମା ପଞ୍ଚାୟତ ନିକଟସ୍ଥ ପଡ଼ିଆ ଠାରେ ବିଭିନ୍ନ ଜାଗାର ୧୬ ଗୋଟି ଦଳକୁ ନେଇ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ରଖାଯାଇଥିଲା ବେଳେ ପ୍ରଥମ ପର୍ଯ୍ୟାୟ ଖେଳକୁ ପୂର୍ବତନ ବିଧାୟକ ତଥା ରାଜ୍ୟ ଜେନେରାଲ ସମ୍ପାଦକ ପ୍ରଭୁ ଜାନୀ ଏବଂ ଉପ ସଭାପତି ନାରାୟଣ ବିଶୋଇ ଯୋଗ ଦେଇ ଶୁଭାରମ୍ଭ କରିଥିଲେ । ସେହିଭଳି ଆଜି ଦ୍ୱିତୀୟ ପର୍ଯ୍ୟାୟରେ ବିଜେଡ଼ି ଆଶାୟୀ ପ୍ରାର୍ଥୀ ବ୍ଲକ ସଭାପତି ବିନୋଦ ଖୋସଲା ଯୋଗ ଦେଇ ପିରିମାଛି ଭର୍ଷେ ଉପର ଗଦଲା ଖେଳକୁ ଶୁଭାରମ୍ଭ କରିଥିଲେ । ତାହା ସହ ଉଭୟ ଦଳର ଖେଳାଳି ମାନଙ୍କୁ ଜଣ ଜଣଙ୍କୁ ଉସôାହିତ ପ୍ରଦାନ କରିଥିଲେ । ଏଥିରେ ହେରଦ ବାଘ, ଉପେନ୍ଦ୍ର ବାଘ, ଜୁଗଳ ହିଆଲ,ପ୍ରକାଶ ଖରା, ରତିକାନ୍ତ କନ୍ଧପାନ, ନବିନ ଖୋସଲା, ଦିବ୍ୟ ଖୋସଲା, ନିରଞ୍ଜନ ହିଆଲ,ମୁନା ଖୋସଲା, ତୁଷାର ସମର୍ଲିଆ, ତପନ ଖୋସଲା,ସିମାନ ବାଘ, ବିଜୟ କନ୍ଧପାନ, ଦେବାନନ୍ଦ ଖରା, ହରିଶ ଚନ୍ଦ୍ର ଖରା ଏବଂ ନବଘନ ଗୌଡ ଇତ୍ୟାଦି ଉପସ୍ଥିତ ଥିଲେ । ଏହାକୁ ପିଭିୟୁସିକେସି ଗିର୍ଲିଗୁମ୍ମା ଦଳ ଆୟୋଜନ କରିଥିଲେ ଏବଂ ଏହି ଖେଳ ଆସନ୍ତା ୨୧ ତାରିଖ ଦିନ ଫାଇନାଲ ମ୍ୟାଚ ହେବ ବୋଲି ପିଭିୟୁସିକେସି ଗିର୍ଲିଗୁମ୍ମାର ସଭାପତି ଉପସ୍ଥାପନ କରିଥିଲେ ।