ରାଜସ୍ୱ ମନ୍ତ୍ରୀ ଖୋଲିଲେ ‘୫-ଟି’ର ପୋଲ

ଭୁବନେଶ୍ୱର: ଗୁରୁବାର ବିଧାନସଭାରେ ପୂର୍ବ ସରକାରରେ ଥିବା ‘୫-ଟି’ର ପୋଲ ଖୋଲିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ବିଜେଡି ବିଧାୟକ ପ୍ରତାପ ଦେବଙ୍କ ଏକ ପ୍ରଶ୍ନର ଉତ୍ତର ଦେବାବେଳେ ମନ୍ତ୍ରୀ ଶ୍ରୀ ପୂଜାରୀ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ବିଗତ ସରକାରରେ ଅନେକ ନିଷ୍ପତ୍ତି ହେଉଥିଲା କିନ୍ତୁ କାର୍ଯ୍ୟକାରୀ ଶୂନ । ଯେଉଁ ନିଷ୍ପତ୍ତି ନେଲେ ଆମ ସରକାର କରିବ ବୋଲି ଛାଡ଼ିକି ଗଲେ । ‘୫-ଟି’ କାଗଜପତ୍ରରେ ପ୍ରୋସେସିଂ ନକରି ଖାଲି ଘୋଷଣା କରୁଥିଲା । ‘୫-ଟି’ ଏଷ୍ଟିମେଟ କଲା, ଟେଣ୍ଡର ହେଲା କିନ୍ତୁ ୱାର୍କ ଅର୍ଡର ପରେ ପାଖରେ ପଇସା ନାହିଁ । ରିଲିଫ ଫଣ୍ଡରେ ଯେତିକି ଟଙ୍କା ନାହିଁ ତା’ଠାରୁ ଅଧିକ ଘୋଷଣା କଲେ ।