ଚହଲ-ଧନଶ୍ରୀଙ୍କ ଡିଭର୍ସ ଫଇସଲା ଆଜି: ବିଚ୍ଛେଦର ମୂଲ୍ୟ ୪.୭୫ କୋଟି!
ନୂଆଦିଲ୍ଲୀ : ହାଟରେ ପଡ଼ି ଦାଣ୍ଡରେ ଗଡୁଛି କ୍ରିକେଟର ଯୁଜ୍ବେନ୍ଦ୍ର ଚହଲ ଏବଂ ପନôୀ ଧନଶ୍ରୀ ବର୍ମାଙ୍କ ବିବାଦ । ଉଭୟ କାଳେ ଅଲଗା ହେଉଥିବା ଚର୍ଚ୍ଚା ଯୋର ଧରିଛି । ଖୁବଶୀଘ୍ର ଛାଡ଼ପତ୍ର ଘୋଷଣା କରିପାରନ୍ତି ଚହଲ ଓ ଧନଶ୍ରୀ । ଗତ କିଛି ଦିନ ହେଲା ଫର୍ମରେ ନଥିବାରୁ ଟିମ୍ ଇଣ୍ଡିଆରୁ ବାହାରେ ଅଛନ୍ତି ଷ୍ଟାର ସ୍ପିନର ଯୁଜବେନ୍ଦ୍ର ଚହଲ । ଆଉ ଏବେ ପନôୀଙ୍କ ସହ ବିବାଦ ଏବଂ ଛାଡପତ୍ର ଖବର ସାମ୍ନାକୁ ଆସୁଥିବା ବେଳେ ଚହଲ ପୂରା ଭାଙ୍ଗିପଡିଥିବା କୁହାଯାଉଛି । ଉଭୟ ଏବେ ଅଲଗା ରହୁଛନ୍ତି । କାହା ସହିତ କାହାର ପଡୁନାହିଁ । ଇତିମଧ୍ୟରେ ଚହଲ ଓ ଧନଶ୍ରୀଙ୍କ ଡିଭୋର୍ସ ମାର୍ଚ୍ଚ ୨୦ରେ ହେବ ବୋଲି ପ୍ରକାଶ ପାଇଛି । ବମ୍ବେ ହାଇକୋର୍ଟର ଫ୍ୟାମିଲି କୋର୍ଟ ଏହି ମାମଲା ଉପରେ ନିଜର ନିଦେ୍ର୍ଦଶ ଜାରି କରିଛନ୍ତି । ତେବେ ଚହଲ ସୁନ୍ଦରୀ ଧନଶ୍ରୀଙ୍କୁ ଧନ ବା ଏଲିମନୀ ଦେବେ ନା ନାହିଁ ତାହା ଉପରେ ମଧ୍ୟ ଏବେ ବଡ଼ ଅପଡେଟ ଆସିଛି । ସର୍ତ୍ତ ଅନୁସାରେ ଛାଡପତ୍ର ବାବଦରେ ଚହଲ ୪.୭୫ କୋଟିର କ୍ଷତିପୂରଣ ଧନଶ୍ରୀଙ୍କୁ ଦେବେ । ପୂର୍ବରୁ ସେ ୨.୩୭ କୋଟି ଟଙ୍କା ଦେଇ ସାରିଛନ୍ତି । ଆସନ୍ତକାଲି ବାକି ଟଙ୍କା ଦେଇ ସବୁଦିନ ପାଇଁ ଧନଶ୍ରୀଙ୍କୁ ନିଜ ଜୀବନରୁ ଅଲଗା କରିଦେବେ । ଉଭୟ ଚହଲ-ଧନଶ୍ରୀ ହିନ୍ଦୁ ବିବାହ ଅଧିନିୟମ ଅନୁସାରେ ତଲାକର କୁଲିଂ ପିରିୟଡକୁ ଖାରଜ କରିଛନ୍ତି । ଜଷ୍ଟିସ ମାଧବ ଜାମଦାର ପାରିବାରିକ ଅଦାଲତକୁ ନିଦେ୍ର୍ଦଶ ଦେଇଛନ୍ତି ଯେ, ଏମାନଙ୍କ ଡିଭୋର୍ସ ଉପରେ ଆସନ୍ତା ୨୦ ତାରିଖରେ ବିଚାର ହେବ । ଏଥିରେ ଚହଲଙ୍କ ଆଇପିଏଲ ଖେଳିବାକୁ ମଧ୍ୟ ଦୃଷ୍ଟିରେ ରଖାଯିବ । ରିପୋର୍ଟ ଅନୁସାରେ ଚହଲ-ଧନଶ୍ରୀ ମଧ୍ୟରେ ଗୁଜୁରାଣ ଭତ୍ତା ପାଇଁ ସହମତି ହୋଇଥିଲା । ଏହି ପରିପ୍ରେକ୍ଷୀରେ ଚହଲ ଧନଶ୍ରୀଙ୍କୁ ୪ କୋଟି ୭୫ ଲକ୍ଷର ସ୍ଥାୟୀ ଗୁଜୁରାଣ ଭତ୍ତା ପ୍ରଦାନ କରିବେ । କ୍ରିକେଟର ଯୁଜବେନ୍ଦ୍ର ଚହଲ ଏବଂ ମଡେଲ ଧନଶ୍ରୀ ବର୍ମା ୨୦୨୦ରେ ବିବାହ କରିଥିଲେ । ଏବେ କୌଣସି କାରଣକୁ ନେଇ ଉଭୟ ଅଲଗା ହେବାକୁ ଯାଉଥିବା ଚର୍ଚ୍ଚା ହେଉଛି । କିନ୍ତୁ ଡିଭୋର୍ସକୁ ନେଇ ଚହଲ କିମ୍ବା ଧନଶ୍ରୀ ଏଯାଏ ମୁହଁ ଖୋଲିନାହାନ୍ତି ।