ଶ୍ରୀଲଙ୍କା ନୌସେନା ଗୁଳିରେ ୫ ମତ୍ସ୍ୟଜୀବୀ ଆହତ

 ନୂଆଦିଲ୍ଲୀ: ଡେଲ୍ଫଟ ଦ୍ୱୀପ ନିକଟରେ ମଙ୍ଗଳବାର ସକାଳେ ଶ୍ରୀଲଙ୍କା ନୌସେନାର ଗୁଳିମାଡ଼ରେ ୫ ଜଣ ଭାରତୀୟ ମସô୍ୟଜୀବୀ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨ ଜଣ ଗୁରୁତର ଆହତ ହୋଇଥିବା ବେଳେ ଭାରତ ପକ୍ଷରୁ କଡ଼ା କୂଟନୈତିକ ପ୍ରତିକ୍ରିୟା ପ୍ରକାଶ ପାଇଛି । ନୂଆଦିଲ୍ଲୀସ୍ଥିତ ଶ୍ରୀଲଙ୍କାର କାର୍ଯ୍ୟକାରୀ ହାଇକମିଶନର ପ୍ରିୟଙ୍ଗା ବିକ୍ରମସିଂହେଙ୍କୁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟକୁ ଡକାଯାଇ ଏହି ଘଟଣାକୁ ନେଇ ତୀବ୍ର ପ୍ରତିବାଦ କରାଯାଇଥିଲା । ଶ୍ରୀଲଙ୍କାର କୂଟନୀତିଜ୍ଞଙ୍କୁ କୁହାଯାଇଥିଲା ଯେ କୌଣସି ପରିସ୍ଥିତିରେ ବଳ ପ୍ରୟୋଗ ଗ୍ରହଣୀୟ ନୁହେଁ । କଲମ୍ବୋରେ ଥିବା ଆମ ହାଇକମିଶନ ମଧ୍ୟ ଶ୍ରୀଲଙ୍କା ସରକାରଙ୍କ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ନିକଟରେ ଏହି ପ୍ରସଙ୍ଗ ଉଠାଇଛନ୍ତି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ଡେଲଫ୍ଟ ଦ୍ୱୀପ ନିକଟରେ ୧୩ ଜଣ ଭାରତୀୟ ମସô୍ୟଜୀବୀଙ୍କୁ ଧରିବା ସମୟରେ ଶ୍ରୀଲଙ୍କା ନୌସେନା ଗୁଳିଚାଳନା କରିଥିବା ନେଇ ଆଜି ସକାଳେ ସୂଚନା ମିଳିଛି ବୋଲି ବୈଦେଶିକ ମନ୍ତ୍ରଣାଳୟ କହିଛି । 
ମାଛଧରା ଜାହାଜରେ ଥିବା ୧୩ ଜଣ ମସô୍ୟଜୀବୀଙ୍କ ମଧ୍ୟରୁ ୨ ଜଣ ଗୁରୁତର ଆହତ ହୋଇ ଜାଫନା ଟିଚିଂ ହସ୍ପିଟାଲରେ ଚିକିସôିତ ହେଉଛନ୍ତି । ଅନ୍ୟ ୩ ଜଣ ମସô୍ୟଜୀବୀ ସାମାନ୍ୟ ଆହତ ହୋଇ ଚିକିସôିତ ହେଉଛନ୍ତି । ଜାଫନାସ୍ଥିତ ଭାରତୀୟ ଦୂତାବାସ ଅଧିକାରୀମାନେ ଆହତ ମସô୍ୟଜୀବୀଙ୍କୁ ଡାକ୍ତରଖାନାରେ ଭେଟି ସେମାନଙ୍କ କଲ୍ୟାଣ କାମନା କରିବା ସହ ମସô୍ୟଜୀବୀ ଓ ସେମାନଙ୍କ ପରିବାରକୁ ଯଥାସମ୍ଭବ ସହାୟତା ଯୋଗାଇ ଦେଉଛନ୍ତି । ମସô୍ୟଜୀବୀଙ୍କ ଜୀବନଜୀବିକାକୁ ଦୃଷ୍ଟିରେ ରଖି ସେମାନଙ୍କ ସହ ଜଡ଼ିତ ସମସ୍ୟାକୁ ମାନବିକ ଉପାୟରେ ସମାଧାନ କରିବା ଉପରେ ଭାରତ ସରକାର ଗୁରୁତ୍ୱାରୋପ କରିଛନ୍ତି । ବଳ ପ୍ରୟୋଗ ଗ୍ରହଣୀୟ ନୁହେଁ ଏବଂ ଦୁଇ ସରକାରଙ୍କ ମଧ୍ୟରେ ଥିବା ଚୁକ୍ତିକୁ କଡ଼ାକଡ଼ି ଭାବେ ପାଳନ କରାଯିବା ଉଚିତ ।