ଚାନ୍ଦା ଆଦାୟକାରୀ ନେତ୍ରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଦାବି
କଣିହାଁ : ଅନୁଗୋଳ ଜିଲ୍ଲା କଣିହାଁ ଅଞ୍ଚଳରେ ଥିବା ଜଣେ କର୍ମୀ ନିଜର ପରିଚୟକୁ ବଦଳାଇ ନିଜକୁ ନିଜେ ଜଣେ କଂଗ୍ରେସର ବଡ ନେତ୍ରୀ ବୋଲି ଦାବି କରି କିଛି ଅସାମାଜିକ ଯୁବକମାନଙ୍କୁ ନେଇ ଏନ୍ଟିପିସି ଅଞ୍ଚଳରେ ଚାଲୁଥିବା ପାଉଁଶ ଗାଡି ଓ କୋଇଲା ପରିବହନ ଗାଡି ମଟରକୁ ଜୋର୍ ଜବରଦସ୍ତ ଚାନ୍ଦା ଆଦାୟ କରୁଥିବା ସଧାରଣରେ ଅଭିଯୋଗ ହୋଇଛି । ଏହା ସହିତ ଏ ଅଞ୍ଚଳରେ ଥିବା ବିଭିନ୍ନ କମ୍ପାନୀକୁ ଯାଇ ଚାନ୍ଦା ଆଦାୟ କରୁଥିବା ବେଳେ ଚାନ୍ଦା ନ ଦେଲେ ଜାତିଆଣ ଆକ୍ଷେପ କରିବା ସହିତ ଗାଳି ଗୁଲଜ କରୁଥିବା ନେଇ ଥାନାରେ ମାମଲା ରୁଜୁ କରି ହରଡ ଘଣାରେ ପକାଇ ଦେବି ବୋଲି ନାନା ଧମକ ଚମକ ଦେଇ ଚାନ୍ଦା ଆଦାୟ କରୁଥିବା ଗୁରୁତର ଅଭିଯୋଗ ହୋଇଛି । ତେବେ ସିଏ ନିଜକୁ ନିଜେ କୁଆଡ଼େ ଏକ ବଡ଼ କଂଗ୍ରେସ ଦଳର ନେତ୍ରୀ ବୋଲି କହୁଥିବାରୁ ଏଥିପାଇଁ କଂଗ୍ରେସ ଦଳ ବଦନାମୀ ହେଉଥିବାବେଳେ ଏହା ଉପରେ କଂଗ୍ରେସ ଦଳ ପକ୍ଷରୁ ସ୍ୱତନ୍ତ୍ର ଭାବେ ଦୃଷ୍ଟି ଆକର୍ଷଣ କରିବାକୁ ଦାବି ହେଉଛି । ତେବେ ଓଡ଼ିଶାର ନୂଆ ପିସିସି ସଭାପତି ଭକ୍ତ ଚରଣ ଦାସ ଦାୟିତ୍ୱ ନେଲା ପରେ ସାଧାରଣରେ କଂଗ୍ରେସ ଦଳ ଉପରେ ଲୋକଙ୍କ ଭରସା ରହୁଥିବା ବେଳେ ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକରେ ନିଜ ପରିଚୟକୁ ଲୁଚାଇ ରଖି ବେଆଇନ ଭାବେ ଚାନ୍ଦା ଆଦାୟରେ ମାତି କଂଗ୍ରେସ ଦଳକୁ ଦୁର୍ବଳ କରିବାକୁ ଚେଷ୍ଟା କରୁଥିବା ଜଣେ କର୍ମୀ ଉପରେ ସ୍ୱତନ୍ତ୍ର ଭାବେ ତଦନ୍ତ କରି କାର୍ଯ୍ୟନୁଷ୍ଠାନ ଗ୍ରହଣ କଲେ କଣିହାଁ ବ୍ଲକରେ କଂଗ୍ରେସ ଦ୍ରୁତ ଗତିରେ ଆଗକୁ ବଢ଼ିବାରେ ସହଯୋଗ କରିପାରିବ ବୋଲି କୁହାଯାଉଛି ।