କଳାପଟି ବାନ୍ଧି ଖେଳିଲେ ଭାରତୀୟ ଦଳ

ନୂଆଦିଲ୍ଲୀ: ଦୁବାଇର ଇଣ୍ଟରନ୍ୟାସନାଲ ଷ୍ଟାଡିୟମ୍ରେ ଚାମ୍ପିଅନ୍ସ ଟ୍ରଫିର ପ୍ରଥମ ସେମିଫାଇନାଲ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି ମ୍ୟାଚ୍ରେ ଭାରତୀୟ ଖେଳାଳି ହାତରେ କଳା ପଟି ବାନ୍ଧି ମୈଦାନକୁ ଓହ୍ଲାଇ ଥିଲେ । ଭାରତୀୟ ଖେଳାଳି ଘରୋଇ କ୍ରିକେଟର ବିଶିଷ୍ଟ ଖେଳାଳି ପଦ୍ମକାର ଶିବାଲକରଙ୍କୁ ମନେ ପକାଇ ତାଙ୍କୁ ସମ୍ମାନ ଜଣାଇ ଷ୍ଟ୍ରେଲିଆ ବିପକ୍ଷରେ କଳା ପଟି ବାନ୍ଧି ମୈଦାନକୁ ଓହ୍ଲାଇଥିଲେ ।
ରୋଗରେ ପୀଡିତ ହୋଇ ଶିବାଲକର (୪୮) ସୋମବାର ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ମୁମ୍ବାଇରେ ତାଙ୍କର ଦେହାନ୍ତ ହୋଇଥିଲା । ଏନେଇ ବିସିସିଆଇ ଟ୍ୱିଟ କରି ଲେଖିଥିଲା କି, ପଦ୍ମକାର ଶିବାଲକରଙ୍କୁ ସମ୍ମାନ ଜଣାଇ ଭାରତୀୟ ଟିମ୍ ଆଜି କଳା ପଟି ପିନ୍ଧି ଖେଳିବେ । ଶିବାଲକାର ଚମକôାର ସ୍ପିନରଙ୍କ ମଧ୍ୟରୁ ଜଣେ । ତାଙ୍କୁ ଭାରତୀୟ ଟିମରେ ଖେଳିବାର ସୁଯୋଗ ମିଳିନଥିଲା । ସେ ୨୨ ବର୍ଷ ବୟସରେ ରଣଜୀରେ ଡେବୁ୍ୟ କରିଥିଲେ ଆଉ ୪୮ ବର୍ଷ ବୟସ ଯାଏଁ ଖେଳ ଜାରି ରଖିଥିଲେ । ପଦ୍ମକାର ଶିବାଲକରଙ୍କୁ ବିସିସିଆଇ ଦ୍ୱାରା ୨୦୧୭ରେ ସିକେ ନାଇଡୁ ‘ଲାଇଫ ଟାଇମ ଆଚିଭମେଣ୍ଟ’ ପୁରସ୍କାରରେ ସମ୍ମାନିତ କରାଯାଇଥିଲା ।