ବଡଯୋର ପ୍ରକଳ୍ପ ପାଇଁ ୧୨୮କୋଟି ମଞ୍ଜୁର : ବିଜେପି ପକ୍ଷରୁ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କୁ କୃତଜ୍ଞତା


 ହିନେ୍ଦାଳ : ହିନେ୍ଦାଳ ଉପଖଣ୍ଡ ସାତମାଇଲ ସ୍ଥିତ ଜଳସେଚନ ଡାକବଙ୍ଗଳା ଠାରେ ହିନେ୍ଦାଳ ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଢେଙ୍କାନାଳ ସାଂସଦ ରୁଦ୍ରନାରାୟଣ ପାଣି, ହିନେ୍ଦାଳ ବିଧାୟିକା ସୀମାରାଣୀ ନାୟକ, ବ୍ଲକ ଉପାଧ୍ୟକ୍ଷ ବରୁଣ କୁମାର ସର, ବିଜେପି ରାଜ୍ୟପରିଷଦ ସଦସ୍ୟ ଅଜୟ ଦାଶ, ବିଜେପି ଜିଲ୍ଲା ସଂପାଦକ ସୁଶାନ୍ତ ପତି, ସାପୁଆ ବଡଯୋର ଜଳସେଚନ ବିଭାଗ ଅଧ୍ୟକ୍ଷ ପ୍ରେମାନନ୍ଦ ପଟ୍ଟନାୟକ, ବିଜେପି ନେତା ଭାସ୍କର ଚନ୍ଦ୍ର ନାୟକ ଓ ଗୋବିନ୍ଦ ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ । ସମ୍ମିଳନୀରେ ହିନେ୍ଦାଳ ବିଧାୟିକା ଶ୍ରୀମତୀ ନାୟକ ହିନେ୍ଦାଳର ଜନସାଧାରଣଙ୍କର ଦୀର୍ଘ ଦିନର ସ୍ୱପ୍ନ ବଡଯୋର ପ୍ରକଳ୍ପକୁ ରାଜ୍ୟ ସରକାର ମଞ୍ଜୁର କରିବା ସହ ଏହାର କାର୍ଯ୍ୟ ନିମିତ୍ତ ୧୨୮ କୋଟି ୨୬ ଲକ୍ଷ ଟଙ୍କା ପ୍ରଦାନ କରିଥିବା ସୂଚନା ଦେବା ସହ ଏହି ପ୍ରକଳ୍ପ ମଞ୍ଜୁର ନିମିତ୍ତ ଢେଙ୍କାନାଳ ସାଂସଦ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମେତ ମୋହନ ସରକାରଙ୍କ ସହଯୋଗ ପାଇଁ ସମସ୍ତଙ୍କୁ ହିନେ୍ଦାଳ ଜନସାଧାରଣଙ୍କ ପକ୍ଷରୁ ଧନ୍ୟବାଦ ଅର୍ପଣ କରିଥିଲେ । କୃଷିର ଉନ୍ନତିରେ କୃଷକର ଉନ୍ନତ୍ତି ନିମିତ୍ତ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଜନହିତକର କାର୍ଯ୍ୟ କରୁଛନ୍ତି । ମାତ୍ର ବିଗତ ୨୫ ବର୍ଷରେ ପୂର୍ବ ସରକାର ହିନେ୍ଦାଳ ଜନସାଧାରଣଙ୍କୁ ବାରମ୍ବାର ପ୍ରତିଶ୍ରୁତି ଦେଇ ନିର୍ବାଚନ ପାର ପରେ ପ୍ରତିଶ୍ରୁତି ଭୁଲିଯାଇଥିବା ସମୟରେ ଲୋକସଭାରେ ଉକ୍ତ ପ୍ରସଙ୍ଗକୁ ଉଠାଇବା ସହ ହିନେ୍ଦାଳ ଜନସାଧାରଣଙ୍କ ଦିବା ସ୍ୱପ୍ନ ବଡଯୋର ପ୍ରକଳ୍ପ ଆରମ୍ଭ ନିମିତ୍ତ କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଧାନ ସହଯୋଗ ସହ ରାଜ୍ୟ ସରକାରଙ୍କୁ ଦୃଷ୍ଟି ଆକର୍ଷଣ କରିବା ପରେ ମୋହନ ସରକାର କୃଷି ଓ କୃଷକର ମନକୁ ବୁଝି ପ୍ରକଳ୍ପକୁ ମଞ୍ଜୁର କରିଥିବାରୁ ସେ ମଧ୍ୟ କେନ୍ଦ୍ରମନ୍ତ୍ରୀ ଓ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ ସାମ୍ୱାଦିକ ସମ୍ମିଳନୀରେ ହାତୁରା ବିଜେପି ମଣ୍ଡଳ ସଭାପତି ସୁଜିତ ଜେନା, ବାବନ୍ଧ ସଭାପତି ପ୍ରବୋଧ ପ୍ରଧାନ, ପାରିକୂଳ ସଭାପତି ରବିନ ବାରିକ, ରାସୋଳ ସଭାପତି ଲିଙ୍ଗରାଜ ସାହୁ, ଅଶୋକ ରାଉତ ମନୋଜ ପଟ୍ଟନାୟକ, ଜଗନ୍ନାଥ ପାଣିପଞ୍ଚାୟତ ସଭାପତି ଟଙ୍କଧର ପାଳ ଓ ରାଧାମୋହନ ପାଣିପଞ୍ଚାୟତ ସଂପାଦକ ସନ୍ତୋଷ କୁମାର ଖୁଣ୍ଟିଆ ସକ୍ରିୟ ସହଯୋଗ କରିଥିଲେ ।