ଚାଷୀଙ୍କ ପାଇଁ ଆସିଲା ଖୁସି ଖବର : କ୍ୱିଣ୍ଟାଲ ପିଛା ମିଳିବ ୩୧୬୯ ଟଙ୍କା

ଚାଷୀଙ୍କ ପାଇଁ ଆସିଲା ଖୁସି ଖବର : କ୍ୱିଣ୍ଟାଲ ପିଛା ମିଳିବ ୩୧୬୯ ଟଙ୍କା

ଭୁବନେଶ୍ୱର : ଚାଷୀଙ୍କ ପାଇଁ ଆସିଲା ଖୁସି ଖବର । ଚଳିତ ବର୍ଷ ଖରିଫ ଋତୁରେ ଧାନ କ୍ୱିଣ୍ଟାଲ ପିଛା ୬୯ ଟଙ୍କା ବୃଦ୍ଧି କଲେ ରାଜ୍ୟ ସରକାର । ବର୍ଦ୍ଧିତ ଏମଏସପି ଅନୁଯାୟୀ ଚାଷୀଙ୍କୁ ଅଧିକ ୬୯ ଟଙ୍କା ଦେବେ ସରକାର । ଏଣିକି କ୍ୱିଣ୍ଟାଲ ପିଛା ୩୧୦୦ ବଦଳରେ ୩୧୬୯ ଟଙ୍କା ଦେବେ ରାଜ୍ୟ ସରକାର । ଗ୍ରେଡ଼ ଏ ଧାନ କ୍ୱିଣ୍ଟାଲ ପିଛା ୩୧୮୯ ଟଙ୍କା ମିଳିବ । ଏ ନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । କେନ୍ଦ୍ର ସରକାର କ୍ୱିଣ୍ଟାଲ ପିଛା ବର୍ଦ୍ଧିତ ଏମଏସପି ୨୩୬୯ ଟଙ୍କା ସ୍ଥିର କରିଥିବା ବେଳେ ରାଜ୍ୟ ସରକାର କ୍ୱିଣ୍ଟାଲ ପିଛା ୮୦୦ ଟଙ୍କାର ଇନପୁଟ ସବସିଡ ଦେଇ କ୍ୱିଣ୍ଟାଲ ପିଛା ୩୧୬୯ ଟଙ୍କା କରିଛି ।