ଚେନ୍ ଲୁଟେରାଙ୍କ ପାଇଁ ଚାଲିଗଲା ମହିଳାଙ୍କ ଜୀବନ
ଭୁବନେଶ୍ୱର, ୧୪ା୧୧ : ଚେନ୍ ଲୁଟେରାଙ୍କ ପାଇଁ ଲୁଟର ଶିକାର ହୋଇଥିବା ମହିଳାଙ୍କ ଆଇସିୟୁରେ ମୃତୁ୍ୟ ଘଟିଛି । ସୋମବାର ଏୟାରଫିଲ୍ଡ ଥାନା ଅଞ୍ଚଳରେ ଘଟିଥିଲା ଘଟଣା । ହତ୍ୟା ମାମଲା ରୁଜୁ କରି ଲୁଟେରାଙ୍କୁ ଖୋଜୁଛି ଏୟାରଫିଲ୍ଡ ଥାନା ପୁଲିସ ।
ସୂଚନା ଯୋଗ୍ୟଯେ, ଗତ ସୋମବାର ଦିନ ଏୟାରଫିଲ୍ଡ ଥାନା ଅଧିନ ସୁନ୍ଦରପଦା ବୋତଣ୍ଡାରୁ ହରିରାଜପୁର ସୋମନାଥ ମନ୍ଦିର ଦର୍ଶନ ପାଇଁ ବାଇକରେ ଯାଉଥିଲେ ଦମ୍ପତ୍ତି । ସେହି ସମୟରେ ନିଛାଟିଆ ରାସ୍ତାର ସୁଯୋଗ ନେଇ ହଠାତ କଳା ପଲସର ବାଇକରେ ଦୁଇ ଜଣ ଦୁର୍ବୁତ୍ତ ଆସି ମହିଳାଙ୍କ ପଛପଟୁ ତାଙ୍କ ବେକରୁ ସୁନା ଚେନ ଝାମ୍ପି ନେବା ପାଇଁ ଉଦ୍ୟମ କରିଥିଲେ । ହେଲେ ସୁନା ଚେନଟି ମୋଟାଥିବା କାରଣରୁ ପ୍ରଥମେ ଚେନ ନେଇ ପାରିନଥିଲେ ଲୁଟେରା । ମାତ୍ର ଲୁଟେରା ଝାମ୍ପିବା ଫଳରେ ବାଇକରୁ ଖସି ପଡିଥିଲେ ମହିଳା ବିଷ୍ଣୁପ୍ରୀୟା ପାତ୍ର । ପରେ ଲୁଟେରାମାନେ ଉକ୍ତ ମହିଳାଙ୍କୁ ଆକ୍ରମଣ କରି ତାଙ୍କ ଠାରୁ ସମସ୍ତ ସୁନା ଅଳଙ୍କାର ଲୁଟି ବାଇକରେ ଫେରାର ହୋଇଯାଇଥିଲେ । ଯାହାଫଳରେ ଚଳନ୍ତା ବାଇକରୁ ପଡି ଏବଂ ଲୁଟେରାଙ୍କ ଆକ୍ରମଣ ଯୋଗୁଁ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ବିଷ୍ଣୁପ୍ରୀୟା ପାତ୍ର । ସେ ହସ୍ପିଟାଲରେ ୩ ଦିନ ଧରି ଜୀବନ ସହିତ ସଂଗ୍ରାମ ପରେ ଆଜି ତାଙ୍କର ମୃତୁ୍ୟ ହୋଇଛି । ଏନେଇ ପୁଲିସ ମାମଲାକୁ ଗୁରୁତର ସହ ନେଇଛି । ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିବା ସହ ଅଭିଯୁକ୍ତ ମାନଙ୍କୁ ବହୁ ଜଲଦି ଗିରଫ କରାଯିବ ବୋଲି ଜୋନ୍-୨ ଏସିପି କୃଷ୍ଠଚନ୍ଦ୍ର ପଲେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏହାସହ ଏସିପି ଶ୍ରୀ ପଲେଇ ଲୋକଙ୍କୁ ମଧ୍ୟ ସଚେତନାର ବାର୍ତ୍ତା ଦେଇଛନ୍ତି । ସେ କହିଛନ୍ତି ରାସ୍ତାରେ ଯିବା ସମୟରେ ସତର୍କତାର ସହ ଯାନ୍ତୁ । ଜଦି କୌଣସି ସୁନା ଅଳଙ୍କାର ପିନ୍ଧି ବାଇକରେ ଯାଉଛନ୍ତି ତାହାହେଲେ ତାହାକୁ ଘୋଡାଇ ରଖୁନ୍ତୁ କିମ୍ବା ଗହଣାକୁ ଓହ୍ଲାଇ ଘରେ ଯାଇ ପିନ୍ଧନ୍ତୁ ଓ ସବୁବେଳେ ମୁଣ୍ଡରେ ହେଲମେଟ୍ ପିନ୍ଦନ୍ତୁ । ଫଳରେ ନିଜର ମୁଲ୍ୟବା ଜୀବନଟି ବଞ୍ଚି ଯାଇପାରିବ ଓ ଲୁଟେରାଙ୍କ କବଳରୁ ମଧ୍ୟ ବର୍ତ୍ତି ପରିବେ । ପୁଲିସ ସବୁବେଳେ ଲୋକଙ୍କୁ ସଚେତନତାର ବାର୍ତ୍ତା ବଣ୍ଟି ଆସୁଥିବା ବେଳେ, ଲୋକେ ତାହାକୁ ପାଳନ କଲେ କିମ୍ବା ସତର୍କତାର ସହ ଯାତାୟତ କଲେ ଦୃର୍ଘଟଣା, ଲୁଟ୍ରୁ ବର୍ତ୍ତି ପାରନ୍ତେ ।