ଓଡିଶା ଆଦର୍ଶ ବିଦ୍ୟାଳୟର ହଷ୍ଟେଲ ଅନ୍ତେବାସୀଙ୍କ ମାସିକ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ
Mohan Charan Majhi

ମୁଖ୍ୟମନ୍ତ୍ରୀ କହିଥିଲେଯେ, ଓଡିଶା ଆଦର୍ଶ ବିଦ୍ୟାଳୟର ହଷ୍ଟେଲ ଅନ୍ତେବାସୀଙ୍କ ମାସିକ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ । ୩୧୪ଟି ଓଡିଶା ଆଦର୍ଶ ବିଦ୍ୟାଳୟ ମଧ୍ୟରୁ ୧୭୩ ଆଦର୍ଶ ବିଦ୍ୟାଳୟରେ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ଯୋଜନା ଅଧୀନରେ ବାଳିକା ହଷ୍ଟେଲ ନିମନ୍ତେ କେନ୍ଦ୍ର ସରକାରଙ୍କ ଠାରୁ ଅନୁମୋଦନ ମିଳିସାରିଛି । ଯେଉଁଥିରେ ସମସ୍ତ ଛାତ୍ରୀଙ୍କ ନିମନ୍ତେ ମାଗଣା ରହିବା ଏବଂ ଖାଇବାର ବ୍ୟବସ୍ଥା ରହିଛି । ବାକି ୧୪୧ ବାଳିକା ହଷ୍ଟେଲ ଏବଂ ୩୧୪ ବାଳକ ହଷ୍ଟେଲ କାର୍ଯ୍ୟକ୍ଷମ କରିବା ନିମନ୍ତେ ସରକାରଙ୍କ ତରଫରୁ ସମସ୍ତ ପଦକ୍ଷେପ ନିଆଯାଉଛି । ମୋଟ ୪୫୫ଟି ହଷ୍ଟେଲରେ ଅନ୍ତେବାସୀମାନଙ୍କଠାରୁ ମାସିକ ୨ ହଜାର ଟଙ୍କା ଲେଖାଏଁ ଖାଇବା ଖର୍ଚ୍ଚ ଆଦାୟ ନିମନ୍ତେ ପୂର୍ବରୁ ମାର୍ଗଦର୍ଶିକା ଜାରି ହୋଇଥିଲା । କିନ୍ତୁ ଅଭିଭାବକମାନଙ୍କର ଅନୁରୋଧ ରକ୍ଷାକରି ମାସିକ ଖର୍ଚ୍ଚ ସରକାର ବହନ କରିବେ ବୋଲି ନିଷ୍ପତ୍ତି ନିଆଗଲା । ସମସ୍ତ ହଷ୍ଟେଲକୁ କାର୍ଯ୍ୟକ୍ଷମ କରିବା ନିମନ୍ତେ ମୂଳଖର୍ଚ୍ଚ ୬୩ କୋଟି ୭୦ ଲକ୍ଷକୁ ବାଦ୍ ଦେଇ ସରକାର ବାର୍ଷିକ ୧୮୭ କୋଟି ୧୫ ଲକ୍ଷ ଟଙ୍କା ବହନ କରିବେ ।