କରେଣ୍ଟ ଆକାଉଣ୍ଟ ଖୋଲିବା ନାଁରେ ଠକେଇ


ସାଇବର ପୁଲିସ ଜାଲରେ କୁଖ୍ୟାତ ଠକ 
ଭୁବନେଶ୍ୱର, ୪ା୧୧ : ଗ୍ରାହକମାନଙ୍କୁ କରେଣ୍ଟ ଆକାଉଣ୍ଟ ଖୋଲାଇ ଦେବା ନାଁରେ ଠକି ନେଇଥିଲା ଲକ୍ଷଲକ୍ଷ ଟଙ୍କା । ଏନେଇ ସାଇବର ଥାନାରେ ଅଭିଯୋଗ ହେବା ପରେ ଏସିପିଙ୍କ ନେତୃତ୍ୱରେ ଗଠନ ହୋଇଥିବା ଟିମ୍‌ ଅଭିଯୁକ୍ତକୁ ସୁନ୍ଦରପଦାରୁ ଧରିବାରେ ସଫଳ ହୋଇଛି । ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ଏୟାରଫିଲ୍ଡ ଥାନା କପିଳପ୍ରସାଦ ପ୍ଳଟ ନମ୍ବର ୧୦୨୬ରେ ରହୁଥିବା ପ୍ରମୋଦ କୁମାର ସାହୁ ଓରଫ ସୋନୁ(୩୪) ।  ତାର ଶିକ୍ଷାଗତ ଯୋଗ୍ୟତା ହେଉଛି ଦଶମ ଫେଲ୍‌  । ଅଭିଯୁକ୍ତ ପ୍ରମୋଦ ସିନା ଦଶମ ଫେଲ ହେଲେ ସେ ବହୁ ଉଚ୍ଚକୋଟୀର ତଥା ବିଜ୍ଞ ବ୍ୟକ୍ତିଙ୍କୁ ପାଣି ପିଆଇବା ସହ ମିଠା ମିଠା କଥା କହିବା ସହ ଆକାଉଣ୍ଟ ଖୋଲି ଦେବା ନାଁରେ ଏହି ଠକେଇ କରିଥିବା ଜଣାପଡିଛି । ଏନେଇ ଏସିପି ଅଞ୍ଜନା ଟୁଡୁ କହିଛନ୍ତି ଯେ, ଏହି ସାଇବର ଠକେଇ ଘଟଣାରେ ପୁଲିସକୁ ମିଳିଛି ବଡ ସଫଳତା  । ଗିରଫ ପ୍ରମୋଦଙ୍କ ସହ ଆଉ କେଉଁ କେଉଁମାନଙ୍କ ସଂପୃକ୍ତି ରହିଛି କି ନାହିଁ ଆମେ ତାର ଖୋଳତାଡ କରୁଛୁ  । ତା ନାମରେ ଆଉ ଅନେକ ଅଭିଯୋଗ ଥିବା ପୁଲିସ ସନେ୍ଦହ କରୁଛି  । ସେ ରାଜ୍ୟ ବାହାରେ ଠକେଇ କରିଥିବା କଥାକୁ ମଧ୍ୟ ଅସ୍ୱୀକାର କରି ହେବ ନାହିଁ । ଦରକାର ପଡିଲେ ଗିରଫ ପ୍ରମୋଦଙ୍କୁ ସାଇବର ଥାନା ପୁଲିସ ରିମାଣ୍ଡରେ ଆଣିବ ବୋଲି ସେ କହିଛନ୍ତି  ।
ସୂଚନା ଯୋଗ୍ୟଯେ, ଏୟାରଫିଲ୍ଡ ଥାନା କପିଳପ୍ରସାଦ ପ୍ଳଟ ନମ୍ବର ୧୦୨୬ରେ ରହୁଥିବା ପ୍ରମୋଦ କୁମାର ସାହୁ ଓରଫ ସୋନୁର ଶିକ୍ଷାଗତ ଯୋଗ୍ୟତା ମାଟ୍ରିକ ଫେଲ୍‌  । ପ୍ରମୋଦ ସିନା ମାଟ୍ରିକ ଫେଲ୍‌ ହେଲେ ସେ ବହୁ ଜ୍ଞାନୀ ଗୁଣିଙ୍କୁ ପାଣି ପିଆଇ ଦେଇଥାଏ । ବିିଭିନ୍ନ ବ୍ୟାଙ୍କରେ କରେଣ୍ଟ ଆକାଉଣ୍ଟ ଖୋଲିବା ସହ ଲକ୍ଷଲକ୍ଷ ଟଙ୍କାର ଲୋନ କରାଇ ଦେବାର ଲୋଭନୀୟ ପ୍ରତିଶ୍ରୁତି ଲୋକଙ୍କୁ ଦେଉଥିଲା ପ୍ରମୋଦ  । ଚନ୍ଦ୍ରଶେଖୁରପୁର ଥାନା ନିକଟସ୍ଥ ମଣ୍ଡପ ବସ୍ତିର  ଜନୈକ ବ୍ୟକ୍ତିଙ୍କ  କେଟିକେ ଆମ୍‌ ଓ କେଟିକେ ଆମ ପ୍ରୋ ଆକାଉଣ୍ଟ ଖୋଲିବାକୁ କହିଥିଲେ । ଏଥିରେ ଅଭିଯୋଗକାରୀ ରାଜି ହେବା ପରେ ଅଭିଯୁକ୍ତ ପ୍ରମୋଦ ତାଙ୍କଠାରୁ  ଅଗଷ୍ଟ ୨୧ ତାରିଖ ଓ ସେପ୍ଟେମ୍ବର  ୧୦ ତାରିଖରେ ଟଙ୍କା ବିନିଯୋଗ ପାଇଁ ୬ଲକ୍ଷ ୧୯ ହଜାର ଟଙ୍କା  ନେଇଥିଲେ  । ଅଭିଯୋଗକାରୀ ଏନଇଏଫ୍‌ଟି ମାଧ୍ୟମରେ ଏହି ଟଙ୍କା ଟ୍ରାନ୍ସଫର ମଧ୍ୟ କରିଥିଲେ । ଖାଲି ସେତିକି ନୁହେଁ, ଅଭିଯୁକ୍ତ ପ୍ରମୋଦ  ହ୍ୱାର୍ଟସପ୍‌ ଗ୍ରୁପ କରି ନିଜ ବନ୍ଧୁ ଓ ଚିହ୍ନା ପରିଚୟ ବ୍ୟକ୍ତିଙ୍କୁ କରେଣ୍ଟ ଆକାଉଣ୍ଟ ଖୋଲିବାକୁ ମଧ୍ୟ ପ୍ରବର୍ତ୍ତାଉଥିଲା । ୬ଲକ୍ଷ ୧୯ ହଜାର ଟଙ୍କା ନେବା ପରେ ତାଙ୍କ ଆକାଉଣ୍ଟରୁ ପୁଣି ଟଙ୍କା ଡେବିଟ୍‌ ହୋଇଯିବା ପରେ ସେ ପ୍ରମୋଦଙ୍କୁ ପଚାରିବାରୁ ସେ କହିଥିଲେ ଟଙ୍କା ପୁଣି ଫେରି ଆସିବ  । ହେଲେ ଟଙ୍କା ନ ଆସିବାରୁ ତାଙ୍କୁ ଫୋନ କରିଥିଲେ ମଧ୍ୟ ସେ ଫୋନ ଉଠାଇ ନଥିଲେ । ତାଙ୍କର ସନେ୍ଦହ ହେବାରୁ ଏନେଇ ସେ ସାଇବର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ସାଇବର ଥାନା ପୁଲିସ ଠକେଇ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ ନିଜେ ଏସିପି ଅଞ୍ଜନା ଟୁଡୁ କହିଥିଲେ । ଏନେଇ ସେ ଏସଆଇ କାଞ୍ଚନ ମଲ୍ଲିକଙ୍କୁ ଦାୟିତ୍ୱ ଦେଇଥିଲେ ।  କାଞ୍ଚନ ମଲ୍ଲିକ ସ୍ୱତନ୍ତ୍ର ଟିମ୍‌ ଗଠନ କରି ଅଭିଯୁକ୍ତ ପ୍ରମୋଦକୁ ଗିରଫ କରିବାରେ ସଫଳ ହୋଇଥିବାବେଳେ ତାଙ୍କ ପାଖରୁ ପୁଲିସ କେତେକ ଡେବିଟ୍‌ କାର୍ଡ ବ୍ୟାଙ୍କ ପାସବୁକ୍‌ ଆଦି ଜବତ କରି ଘଟଣାର ତଦନ୍ତ ଜାରି ରଖିଛି ।