ଚେନ୍ନାଇର ଅଧିନାୟକ ହେବେ ଧୋନି!
ନୂଆଦିଲ୍ଲୀ : ମହେନ୍ଦ୍ର ସିଂ ଧୋନି ଚଳିତ ଆଇପିଏଲ୍ରେ ଚେନ୍ନାଇ ସୁପର କିଙ୍ଗସର ନେତୃତ୍ୱ ନେଇ ପାରନ୍ତି । ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚ୍ରେ ଧୋନି ଦଳର ନେତୃତ୍ୱ ନେବା ସମ୍ଭାବନା ରହିଛି । ନିୟମିତ ଅଧିନାୟକ ରିତୁରାଜ ଗାଏକ୍ୱାଡ ଆଘାତପ୍ରାପ୍ତ ଅଛନ୍ତି । ସେ ଶନିବାର ହେବାକୁ ଥିବା ଦିଲ୍ଲୀ ବିପକ୍ଷ ମ୍ୟାଚ୍ରେ ଖେଳିବା ନେଇ ସନେ୍ଦହ ରହିଛି । ଯଦି ସେ ନ ଖେଳିବେ ତେବେ ଧୋନି ଅଧିନାୟକ ତୁଲାଇବା ନେଇ ଚର୍ଚ୍ଚା ହେଉଛି । ମୁଖ୍ୟ କୋଚ୍ ମାଇକେଲ ହସୀ କହିଛନ୍ତି ପ୍ରଥମେ ରିତୁରାଜ ଫିଟ୍ ଅଛନ୍ତି ନି ନାହିଁ ତାହା ସ୍ପଷ୍ଟ ହେବା ପରେ ପରର୍ବତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ।