ଚେରଲାପାଲି ଶାଲିମାର ରୁଟ୍ରେ ପ୍ରାର୍ବଣ ପାଇଁ ସ୍ପେଶାଲ ଟ୍ରେନ
ଭୁବନେଶ୍ୱର : ଆରାମଦାୟକ ଯାତ୍ରା ଅଭିଜ୍ଞତା ସୁନିଶ୍ଚିତ କରିବା ଏବଂ ପାର୍ବଣ ଋତୁରେ ଯାତ୍ରୀଙ୍କ ଅତିରିକ୍ତ ଭିଡ଼ ପରିଚାଳନା କରିବା ପାଇଁ, ଭାରତୀୟ ରେଳବାଇ ନିମ୍ନଲିଖିତ କାର୍ଯ୍ୟସୂଚୀ ଅନୁଯାୟୀ ସାପ୍ତାହିକ ସ୍ପେଶାଲ ଟ୍ରେନର ଘୋଷଣା କରିଛି । ଟ୍ରେନ୍ ନମ୍ବର ୦୭୨୨୫/୦୭୨୨୬ ଚେରଲାପାଲି – ଶାଲିମାର – ଚେରଲାପାଲି ସାପ୍ତାହିକ ସ୍ପେଶାଲ । ଚେରଲାପାଲିରୁ ଅକ୍ଟୋବର ୧୩ ପର୍ଯ୍ୟନ୍ତ ପ୍ରତି ସୋମବାର ୦୪:୩୦ରେ ଛାଡିବ । ଶାଲିମାରରୁ: ଅକ୍ଟୋବର ୧୪ ପର୍ଯ୍ୟନ୍ତ ପ୍ରତି ମଙ୍ଗଳବାର ୧୦:୦୦ ରେ ଛାଡିବ । ଉଭୟ ପଟୁ ନିମ୍ନଲିଖିତ ଷ୍ଟେସନଗୁଡ଼ିକରେ ଟ୍ରେନ ରହଣି କରିବ । କାଜିପେଟ୍, ୱାରାଙ୍ଗଲ୍, ମହବୁବାବାଦ, ଖମାମ୍, ରାୟନାପାଡୁ, ଏଲୁରୁ, ରାଜମଣ୍ଡ୍ରି, ସମଲକୋଟ, ଟୁନି, ଦୁଭଭାଡା, ବିଜୟନଗରମ୍, ଶ୍ରୀକାକୁଲମ୍ ରୋଡ୍, ପଲାସା, ବ୍ରହ୍ମପୁର, ଖୋର୍ଦ୍ଧା ରୋଡ୍, ଭୁବନେଶ୍ୱର, କଟକ, ଯାଜପୁର କେନ୍ଦୁଝର ରୋଡ୍, ଭଦ୍ରକ, ବାଲେଶ୍ୱର, ଖଡ଼ଗପୁର, ଏବଂ ସାନ୍ତରାଗାଛି । ୦୨ ଟି ଦ୍ୱିତୀୟ ଶ୍ରେଣୀ ଏସି କୋଚ୍, ୦୪ ଟି ତୃତୀୟ ଶ୍ରେଣୀ ଏସି କୋଚ୍, ୧୩ ଟି ସ୍ଲିପର ଶ୍ରେଣୀ କୋଚ୍, ୦୩ ଟି ଦ୍ୱିତୀୟ ଶ୍ରେଣୀ ସିଟିଂ କୋଚ୍, ୦୨ ଟି ଲଗେଜ୍ ଭ୍ୟାନ୍-କମ୍-ଦ୍ୱିତୀୟ ଶ୍ରେଣୀ କୋଚ୍ (ଯାହାକି ଦିବ୍ୟାଙ୍ଗଜନ-ଅନୁକୂଳ ସୁବିଧା ସହିତ) ଗ୍ରାହକଙ୍କୁ ଉପଲବ୍ଧ ହେବ ।