୮୦ ହଜାରଟଙ୍କା ପାଇଁ ଚାଲିଗଲା ଜୀବନ: ଅଭିଯୁକ୍ତକୁ କୋର୍ଟ ଚାଲାଣ
ପଟ୍ଟାମୁଣ୍ଡାଇ: ପଟ୍ଟାମୁଣ୍ଡାଇର ବହୁ ଚର୍ଚ୍ଚିତ ବନିତା ହତ୍ୟାକାଣ୍ଡ ଉପରୁ ପରଦା ଉଠିଛି । ଅଭିଯୁକ୍ତ ସନ୍ତୋଷ ପରିଡା ସହ ସୁଧ ଟଙ୍କା ଫେରସ୍ତକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହେବା ପରେ ବନିତାର ତଣ୍ଟି ଚିପି କ୍ୟାବିନ ଭିତରେ ତାକୁ ହତ୍ୟା କରିଛି । ହତ୍ୟା କରିବା ପରେ ବନିତାକ ୁଜରି ଲୁଗା ଓ ବେଡ଼ସିଟରେ ବାନ୍ଧି କ୍ୟାବିନକୁ ତାଲା ପକାଇ ଅଭିଯୁକ୍ତ ଫେରାର ହୋଇଯାଇଥିଲା । ତାକୁ ଯାଜପୁର ପାଣିକୋଇଲିରୁ ଧରାଯାଇଥିଲା ବୋଲି ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରାପଡ଼ାର ଅତିରିକ୍ତ ଏସପି ସୁଧାକର ସାହୁ କହିଛନ୍ତି । ଏହି ଘଟଣାରେ ଅଭିଯୁକ୍ତ ସନ୍ତୋଷ ପରିଡା ଛଡା ଅନ୍ୟ କେହି ସହଯୋଗୀ ନାହାନ୍ତି ବୋଲି ଶ୍ରୀ ସାହୁ ସ୍ପଷ୍ଟ କରିଛନ୍ତି । ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି । ତାର ଜାମିନ ନାମାଞ୍ଜୁର ହେବାରୁ ତାକୁ ଜେଲ ହାଜତକୁ ପଠେଇ ଦିଆଯାଇଛି । ଆଳି ଥାନା ଅନ୍ତର୍ଗତ ନରେନ୍ଦ୍ରପୁର ଗ୍ରାମର ଅତୁଲ୍ୟ ରାଉତଙ୍କର ପତ୍ନୀ ବନିତା ରାଉତ ପଟ୍ଟାମୁଣ୍ଡାଇ ପୈାରାଞ୍ଚଳ ଅନ୍ତର୍ଗତ ବେଲତଳ ଗ୍ରାମରେ ଭଡା ନେଇ ରହୁଥିଲେ । ବନିତା ୨୮ ତାରିଖ ଦିନ ପଟ୍ଟାମୁଣ୍ଡାଇ ବଜାରକୁ ଆସି ଆଉଘରକୁ ଫେରିନଥିଲେ । ଗତ ୩୧ରେ ଭେଣ୍ଡିଂ ଜୋନରୁ ଦୁର୍ଗନ୍ଧ ବାହାରିବା ଜାଣି ସ୍ଥାନୀୟ ଲୋକେ ପୁଲିସକୁଖବର ଦେଇଥିଲେ । ବନିତାମୃତ ଦେହ ମିଳିବା ପରେ ଅଭିଯୁକ୍ତ ମୋବାଇଲ ବନ୍ଦ କରିଦେଇଥିଲା । ପୁଲିସ ଜାଲ ବିଛାଇ ଅଭିଯୁକ୍ତକୁ ପାଣିକୋଇଲିରୁ ଧରିବାରେ ସକ୍ଷମ ହୋଇଥିଲା । ସନ୍ତୋଷ ଠାରୁ ସୁଧରେ ନେଇଥିବା ୮୦ ହଜାରଟଙ୍କା ଫେରାଇବା ପାଇଁ କହିଥିଲା । ଏହି କଥାକୁ ନେଇ ସନ୍ତୋଷ ଓ ବନିତା ଭିତରେ ବଚସା ହୋଇଥିଲା । ସେ ଦିନ ମାର୍କେଟ ବନ୍ଦ ଥିବାରୁ କ୍ୟାବିନର ଆଗ ପଟ ସଟର ବନ୍ଦ ଥିଲା । ଦୋକାନ ଭିତରେ ସନ୍ତୋଷ ହତ୍ୟାକରି ନିଜ ଭଡାଘରକୁ ଚାଲିଯାଇଥିଲା ।