ବେଆଇନ ଗୋରୁ ଉଦ୍ଧାର, ୧୦ ଗିରଫ

 ଆନନ୍ଦପୁର : ଆନନ୍ଦପୁର ବଜରଙ୍ଗ ଦଳ, ଘଟଗାଁ ବଜରଙ୍ଗ ଦଳ ଏବଂ ଘସିପୁରା ପୁଲିସ ସହାୟତାରେ ବେଆଇନ ଭାବେ ବାହାର ରାଜ୍ୟକୁ ଚାଲାଣ ହେଉଥିବା ୧୭୦ ଟି ଗୋରୁଙ୍କୁ ଉଦ୍ଧାର କରାଯାଇଛି  । ସୂଚନା ଅନୁଯାୟୀ ପ୍ରତେକ ମଙ୍ଗଳବାର ଘସିପୁରା ଥାନା ଅଧିନ ଟୁକୁଣା ହାଟରେ ସପ୍ତାହିକ ଗୋରୁ ହାଟ ବସିଥାଏ  । ଏହାର ସୁଯୋଗ ନେଇ ଗୋରୁ ଦଲାଲ ମାନେ ସାଧାରଣ ଚାଷୀ ମାନଙ୍କ ନିକଟରୁ ଗୋରୁ କିଣି ବାହାର ରାଜ୍ୟକୁ ବେଆଇନ ଭାବେ ଚାଲାଣ କରିଥାନ୍ତି । ତେବେ ଏହି ଗୋରୁ ହାଟ ଉପରେ ବଜରଙ୍ଗ ଦଳର କର୍ମୀମାନେ ତୀକ୍ଷ୍ନ ନଜର ରଖିଛନ୍ତି  । ଗତ କାଲି ଦଲାଲ ମାନେ ଟୁକୁଣା ହାଟରୁ ୧୭୦ ଗୋଟି ଗୋରୁ କିଣି ଦୁଇ ଗୋଟି ପିକଅପ ଭ୍ୟାନରେ ଲୋଡ଼ କରୁଥିବା ସମୟରେ ଆନନ୍ଦପୁର ବଜରଙ୍ଗ ଦଳର ସଂଯୋଜକ ଅକ୍ଷୟ ସାହୁ ଘଟଗାଁ ବଜରଙ୍ଗ ଦଳର ସଂଯୋଜକ ପ୍ରଦୀପ ରାଉତଙ୍କ ସମେତ ସେମାନଙ୍କ ସହଯୋଗୀ ଏବଂ ଘସିପୁରା ପୋଲିସଙ୍କ ମିଳିତ ସହାୟତାରେ ଅଚାନକ ଚଢ଼ାଉ କରାଯାଇ ବୋଝେଇ ହୋଇଥିବା ଏବଂ ବୋଝେଇ ହେବାକୁ ଥିବା ୧୭୦ ଟି ଗୋରୁଙ୍କୁ ଉଦ୍ଧାର କରିଥିଲେ  । ଏହି ସମୟରେ ୧୦ ରୁ ଉର୍ଦ୍ଧ ବ୍ୟକ୍ତି ୫ ଟି ବାଇକ, ୨ଟି ପିକଅପ ଭ୍ୟାନ ଏବଂ ୧ ଗୋଟି କେଟ୍ରା କାର ପୁଲିସ ଜବତ କରିଛି  । ସେହିପରି ଗୋରୁ ମାନଙ୍କୁ ଝାଡ଼ଖଣ୍ଡ ଏବଂ ଅନ୍ୟ କିଛି ସ୍ଥାନରେ ଥିବା ଗୋଶାଳାକୁ ଏକାଧିକ କଣ୍ଟେନରରେ ପଠାଇବାକୁ ବ୍ୟବସ୍ଥା କରାଯାଉଥିବା ଜଣା ଯାଇଛି  ।