ଛିଣ୍ଡାନଇ ସାହିତ୍ୟ ସଂସଦର ବାର୍ଷିକୋସବ
ଜୟପୁର : ଛିଣ୍ଡାନଇ ସାହିତ୍ୟ୍ ସଂସଦ ଜୟପୁର ଶାଖାର ବାର୍ଷିକ ଉସôବ କବି କୃଷ୍ଣ ଚନ୍ଦ୍ର ହୋତାଙ୍କ ସଭାପତିତ୍ୱରେ ଜୟପୁର ଲୋକେଶ୍ୱରୀ କମୁନିଟି ହଲ୍ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଉସôବରେ ବରିଷ୍ଠ ସାହିତି୍ୟକ ଡ. ସୁରେଶ ଦାଶ ମୁଖ୍ୟଅତିଥି, ଆଦିବାସୀ ଭାଷାର ଗବେଷକ ଡ. ରାଜେନ୍ଦ୍ର ପାଢି ମୁଖ୍ୟବକ୍ତା ଅଧ୍ୟାପକ ଡ. ସୁଧାଂଶୁ ଶେଖର ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ହୋଇ ସାହିତ୍ୟର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ । ସଂସଦର ସମ୍ପାଦକ ଯୁଧିଷ୍ଠିର ମଲ୍ଲିକ ବିବରଣୀ ପାଠ କରିଥିଲେ । ସଭା ଆରମ୍ଭରେ ଜଗନ୍ନାଥଙ୍କ ନିକଟରେ ପୁଷ୍ପ ଅର୍ପଣ ଓ ପ୍ରଦୀପ ପ୍ରଜ୍ୱଳନ ପରେ କାଶ୍ମୀରର ପହେଲଗମରେ ଆତଙ୍କବାଦୀଙ୍କ ଦ୍ୱାରା ମୃତୁ୍ୟବରଣ କରିଥିବା ବ୍ୟକ୍ତି ମାନଙ୍କ ପାଇଁ ଦୁଇ ମିନିଟ୍ ଶୋକ ପ୍ରାର୍ଥନା କରାଯାଇଥିଲା । ସଂସଦର ସହ ସମ୍ପାଦକ ତଥା କବି ଓ ପ୍ରକାଶକ ପ୍ରକାଶ ମହାନନ୍ଦିଆ ଅତିଥି ମାନଙ୍କୁ ଆହ୍ୱାନ କରିଥିବା ବେଳେ କବୟିତ୍ରୀ ସୌଭାଗିନୀ ନନ୍ଦ ଅତିଥି ପରିଚୟ କରିଥିଲେ । ବିଶ୍ୱରୂପା ଦାସ ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରିଥିଲେ । ଏହି ଅବସରରେ ସଂସଦର ମୁଖପତ୍ର ଶୁଭ୍ରାଶ୍ରି ପତ୍ରିକା ଉନ୍ମୋଚନ ହୋଇଥିଲା । ଅନୁଷ୍ଠିତ ସଭାରେ ବକ୍ତା ମାନେ ସାଂପ୍ରତିକ ସ୍ଥିତିରେ ସାହିତ୍ୟର ଭୂମିକା ଉପରେ ଆଲୋଚନା କରିଥଲେ । ବୈରାଗୀ ଚରଣ ସାହୁ, ବିଜୟଲକ୍ଷ୍ମୀ ପାଣିଗ୍ରାହୀ, ପ୍ରମୋଦ ରାଉଳ, ଅଶୋକ ପଲେଇ, ଭାବ ଚନ୍ଦ୍ରିକା ଦେବୀ, ଅଜୟ ମଲ୍ଲିକ, ଡୋଲି ନାୟକ, ନାରାୟଣ ସଗର, ଘାସିରାମ ମହାପାତ୍ର, ଶୁଭଶ୍ରୀ ପଟ୍ଟନାଏକ, ରାଜଶ୍ରୀ ସ୍ୱାଇଁ, ଅଭିଳାଷ ସାନ୍ତ୍ରାପାତ୍ର, ଶୁଭଶ୍ରୀ ହୋତା, ସଂଘମିତ୍ରା ଭୁକ୍ତା ପ୍ରମୁଖ କବି ଓ କବୟତ୍ରୀ କବିତା ପାଠୋସôବରେ କବିତା ପାଠ କରିଥିଲେ । ଏହି ସଭାରେ ନିରଞ୍ଜନ ପାଣିଗ୍ରାହୀ, ସନ୍ତୋଷ ନାୟକ, ନିକୁଞ୍ଜ ରଞ୍ଜନ ମହାନ୍ତି ପ୍ରମୁଖ ବ୍ୟକ୍ତି ଉପସ୍ଥିତ ଥିଲେ । କବି ଆଲୋକ ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ ।