ବିକାଶର ଗତିକୁ ଆଗକୁ ନେବାର ସମୟ ଆସିଛି
ଭୁବନେଶ୍ୱର: ଓଡ଼ିଶାର ବିକାଶ ଆଗକୁ ବଢ଼ିଛି ଆମେ କେବଳ ତାର ଗତିକୁ ବଢ଼ାଇବା ବିକଶିତ ଓଡ଼ିଶା ୨୦୩୬ର ଯେଉଁ ଲକ୍ଷ୍ୟ ରଖାଯାଇଛି, ସେତେବେଳେକୁ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନକୁ ୧୦୦ ବର୍ଷ ପୂର୍ତ୍ତି ହେବ । ୧୨ବର୍ଷ ସମୟ ରହିଛି ବିକଶିତ ଓଡ଼ିଶା ଲାଗି କାର୍ଯ୍ୟନିର୍ବାହୀ, ବ୍ୟବସ୍ଥାପକ ଓ ବିଚାର ବିଭାଗୀୟ ବ୍ୟବସ୍ଥାକୁ ଅଧିକରୁ ଅଧିକ ସୁଦୃଢ଼ କରିବାର ଆବଶ୍ୟକତା ରହିଛି ବୋଲି ରାଜସ୍ୱମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି । ସମୟ କନ୍କ୍ଲେଭର ପଞ୍ଚମ ସଂସ୍କରଣ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ରାଜସ୍ୱ ମନ୍ତ୍ରୀ ଶ୍ରୀ ପୂଜାରୀ ଯୋଗଦେଇଥିଲେ । ଆଗାମୀ ୧୨ବର୍ଷରେ ବିକଶିତ ଓଡ଼ିଶାର ମୁଣ୍ଡି ମରାଯିବ ଏଥିଲାଗି ଧର୍ମପଦଙ୍କ ଆବଶ୍ୟକତା ରହଛି । ଧର୍ମପଦ ଯଦି ଓଡ଼ିଶା ଲୋକଙ୍କ ଦ୍ୱାରା ସୃଷ୍ଟିହେବେ ତେବେ ବିକଶିତ ଓଡ଼ିଶାର ମୁଣ୍ଡି ମରିବ ବୋଲି ମନ୍ତ୍ରୀ କହିଥିଲେ । ଅନ୍ୟତମ ଅତିଥିଭାବେ ଯୋଗଦେଇ ସ୍ୱାସ୍ଥ୍ୟ ଓ ସଂସଦୀୟ ବ୍ୟପାର ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ କହିଥିଲେ ଯେ, ବିକଶିତ ଓଡ଼ିଶା ପାଇଁ ଚିନ୍ତନ ଓ ମନ୍ଥନର ଆବଶ୍ୟକତା ରହିଛି । ଦୁଇଟି କ୍ଷେତ୍ରରେ ଓଡ଼ିଶାର ପ୍ରଗତିକୁ ଆଗକୁ ନେବାକୁ ପଡିବ ମୁଖ୍ୟତଃ ଆଇଟି କ୍ଷେତ୍ରର ବିକାଶର ଆବଶ୍ୟକତା ରହିଛି ପୂର୍ବଦୟ ବିକାଶରେ ଓଡ଼ିଶା ୧ନମ୍ବର ହେବ ଓଡ଼ିଶାରେ ସେମିକଣ୍ଡକ୍ଟର ଶିଳ୍ପ କିପରି ଆଗକୁ ଯିବ ସେଥିପାଇଁ ବାତାବରଣ ସୃଷ୍ଟି କରିବାକୁ ଆମ ସରକାର ପଦକ୍ଷେପ ନେଉଛନ୍ତି । ସେହିଭଳି ସ୍ୱାସ୍ଥ୍ୟକ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ହେବ । ଆସନ୍ତା ୫ବର୍ଷରେ ପ୍ରତି ଜିଲ୍ଲାରେ ମେଡିକାଲ କଲେଜ ଓ ସରକାରୀ ନର୍ସିଂ ସ୍କୁଲ ପ୍ରତିଷ୍ଠା କରାଯିବ ମୁଖ୍ୟତ ଭାଷା ଆଧାରରେ ଆମ ପିଲା ପାଠ ପଢ଼ିବେ ଡାକ୍ତର, ପିଏଚ୍ଡି ଓ ଟସ୍କିକୋଲୋଜି ପାଠ୍ୟକ୍ରମକୁ ସ୍ୱାସ୍ଥ୍ୟକ୍ଷେତ୍ରରେ ଆରମ୍ଭ କରି ନୂଆ କ୍ଷେତ୍ର ପ୍ରସ୍ତୁତ କରାଯିବ । ଅନ୍ୟମାନଙ୍କ ମଧ୍ୟରେ ସମ୍ମାନୀୟଅତିଥି ମାନବସମ୍ବଳ ଓ ପ୍ରଶାସନିକ ନିଦେ୍ର୍ଦଶକ ଆଶୁତୋଷ ରଥ କହିଥିଲେ ଯେ, ଓଡ଼ିଶା ଏକ ଖଣି ସମୃଦ୍ଧ ରାଜ୍ୟ ତେବେ ଏଥିରୁ ଆନୁସଙ୍ଗିକ ଉପାଦାନ କରାଗଲେ ଏହା ଦ୍ୱାରା ଏମ୍ଏସ୍ଏମ୍ଇ ମାନେ ଉପକୃତ ହେବେ । ରାଜ୍ୟକୁ ଅଧିକ ଅର୍ଥ ଆସିବ ଓ ଅର୍ଥନୀତି ସୁଦୃଢ଼ ହେବ ସେହିଭଳି ଶିକ୍ଷାକ୍ଷେତ୍ରରେ ସରକାରୀ ବିଦ୍ୟାଳୟ ଗୁଡ଼ିକରେ ଶିକ୍ଷାବ୍ୟବସ୍ଥାର ଉନ୍ନତି ଘଟିଲେ ଓଡ଼ିଆ ପିଲାମାନେ ବିଶ୍ୱସ୍ତରରେ ଦକ୍ଷତା ପ୍ରଦର୍ଶନ ପାଇଁ ସକ୍ଷମ ହୋଇପାରିବେ ବୋଲି ସେ କହିଥିଲେ । ହାଇଟେକ୍ ଗ୍ରୁପ୍ର ମ୍ୟାନେଜିଂ ଟ୍ରଷ୍ଟି ସୁରେଶ ପାଣିଗ୍ରାହୀ ଅନ୍ୟତମ ସମ୍ମାନୀୟ ଅତିଥିଭାବେ ଯୋଗଦେଇ ରାଜ୍ୟରେ ସ୍ୱାସ୍ଥ୍ୟ ଓ ଚିକିତ୍ସା ବ୍ୟବସ୍ଥାର ଉନ୍ନତି ଉପରେ ଗୁରୁତ୍ୱାରୋପ କରିଥିଲେ । ଆପୋଲୋ ହସ୍ପିଟାଲର ସିଇଓ ଆଲୋକ ଶ୍ରୀବାସ୍ତବ ଉଦ୍ବୋଧନ ଦେଇ ଓଡ଼ିଶାରେ ତଥା ଆପୋଲୋ ହସ୍ପିଟାଲରେ ଉପଲବ୍ଧ ହେଉଥିବା ଅତ୍ୟାଧୁନିକ ଚିକିସôା ବ୍ୟବସ୍ଥା ସମ୍ପର୍କରେ ଉଲ୍ଲେଖ କରିଥିଲେ । ସାମ୍ବାଦିକ ମନୋରଞ୍ଜନ ମିଶ୍ର ବିକଶିତ ଓଡ଼ିଶାର ରୂପରେଖ ସମ୍ପର୍କରେ ସୂଚନା ଦେଇଥିଲେ । ସମୟ ମୁଖ୍ୟ ସମ୍ପାଦକ ରାକେଶ ମହାନ୍ତି ଅଭିଭାଷଣ ଦେଇ ଓଡ଼ିଶାର ବିକାଶ କ୍ଷେତ୍ରରେ ଏକ ଚିତ୍ର ପ୍ରଦାନ କରିଥିଲେ । ସେ କହିଥିଲେ ଜିଡିପି ରେଟ୍ରେ ବର୍ତ୍ତମାନ ୧୫ତମ ସ୍ଥାନରେ ରହିଛନ୍ତି । ବର୍ତ୍ତମାନ ପରିସ୍ଥିତିରେ କନ୍କ୍ଲେଭର ବିଶୟବସ୍ତୁ ବିକଶିତ ଓଡ଼ିଶା ସମ୍ପର୍କରେ ଆଲୋଚନା କରିବା ଉଚିତ୍ । କାର୍ଯ୍ୟକ୍ରମରେ ସମୟର ସମ୍ପାଦକ ପପୁ ମହାନ୍ତି ସ୍ୱାଗତଭାଷଣ ଦେଇଥିଲେ ।