ଛେନାପୋଡ଼ ଦିବସ ପାଳିତ

 ଭୁବନେଶ୍ୱର : ନୟାଗଡ ବିକାଶ ମଞ୍ଚ ଓ ଓଡିଆ ମିଡିଆ ପ୍ରାଇଭେଟ ଲିମିଟେଡର ମିଳିତ ଆନୁକୁଲ୍ୟରେ ଛେନାପୋଡ ଦିବସ ଭୁବନେଶ୍ୱରର ଜୟଦେବ ଭବନରେ ଅନୁଷ୍ଠିତ ହୋଇଯାଇଛି । ଏହି ଉସôବରେ ସଭା, ସମ୍ବର୍ଦ୍ଧନା, ବନ୍ଧୁମିଳନ ଓ ପେଟପୂଜା ସାଙ୍ଗକୁ ପାଲା, ଓଡିଶୀ ଶାସ୍ତ୍ରୀୟ ସଙ୍ଗୀତ, ଓଡିଶୀ ସଂକୀର୍ତ୍ତନ, ଧୁଡୁକି ଓ ଦଣ୍ଡ ନାଚ ପରିବେଷଣ କରାଯାଇଥିଲା । ସେହିପରି ନୟାଗଡ଼ରୁ ଆନୀତ ସ୍ୱତନ୍ତ୍ର ଛେନାପୋଡ଼ ସାଙ୍ଗକୁ ଅନ୍ୟାନ୍ୟ ନୟାଗଡ଼ ଦ୍ରବ୍ୟ ମଧ୍ୟ ଉସôବରେ ପ୍ରଦର୍ଶିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ସାହିତି୍ୟକ ଦାଶ ବେନହୁର, ବରିଷ୍ଠ ସାମ୍ବାଦିକ ଗୋପାଳ କୃଷ୍ଣ ମହାପାତ୍ର ଏବଂ ଭାରତୀୟ ଜନତା ପାର୍ଟିର ଯୁବ ମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡା ଅତିଥି ଭାବେ ଯୋଗଦେଇଥିଲେ । ନୟାଗଡ ବିକାଶ ମଞ୍ଚର ସହ ଆବାହକ ସୁବ୍ରତ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଅତିଥିମାନଙ୍କ ଅଭିଭାଷଣ ପରେ ଛେନାପୋଡ କାଟିବା ସହ ଛେନାପୋଡ ସଙ୍ଗୀତର ମୂର୍ଚ୍ଛନା ମଧ୍ୟରେ ପରସ୍ପରକୁ ଛେନାପୋଡ ଖୁଆଇଥିଲେ ।
ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଛେନାପୋଡ ବ୍ୟବସାୟୀଙ୍କୁ ସମ୍ମାନିତ କରାଯାଇଥିଲା । ଚଳିତ ବର୍ଷ ଦଶପଲ୍ଲାର ଅଶୋକ କୁମାର ସାହୁଙ୍କୁ ମାନପତ୍ର, ଉତ୍ତରୀୟ ଓ ମୟୂର ପୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା । ନୟାଗଡ ବିକାଶ ମଞ୍ଚର ସହ ଆବାହକ ସୁବ୍ରତ କୁମାର ନାୟକ ଅତିଥି ପରିଚୟ ପ୍ରଦାନ କରିବା ସହ କାର୍ଯ୍ୟକ୍ରମ ପଛର ଉଦେ୍ଦଶ୍ୟ ବାବଦରେ କହିଥିଲେ । ଛେନାପୋଡକୁ ଭୌଗଳିକ ମାନ୍ୟତା, ଛେନାପୋଡ ବ୍ୟବସାୟୀଙ୍କ ପାଇଁ କ୍ଲଷ୍ଟର ନିର୍ମାଣ ଏବଂ ଏହି ତରୁଣ ମିଠାର ଆକୃତି ଓ ସ୍ୱାଦ ବାବଦରେ ଗବେଷଣା ହେଉ ବୋଲି ଦାବି ରଖିଥିଲେ । ବିଶିଷ୍ଟ ସାହିତି୍ୟକ ଦାଶ ବେନହୁର, ବରିଷ୍ଠ ସାମ୍ବାଦିକ ଗୋପାଳ କୃଷ୍ଣ ମହାପାତ୍ର ଓ ନୟାଗଡର ଯୁବ ନେତା ଅଭିଳାଷ ପଣ୍ଡା ନୟାଗଡ଼ର ଛେନାପଡ଼ ବିଷୟରେ ନିଜନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ସ୍ୱାଗତିକା ମହାରଣା କାର୍ଯ୍ୟକ୍ରମକୁ ସଂଚାଳନା କରିଥିବାବେଳେ ରୋହନ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅନୁଷ୍ଠାନର ସକ୍ରିୟ ସଦସ୍ୟ ଅମରେଶ ଦାଶ, ଆଶିଷ କୁମାର ରଥ, ସତ୍ୟେନ୍ଦୁ ମିଶ୍ର, ଆଶୁତୋଷ ଦାସ, ରାଜକିଶୋର ଡାକୁଆ, ଉମାକାନ୍ତ ମହାପାତ୍ର, ରାଜେଶ ପରିଡା, ସୁଧାଂଶୁ କୁମାର ସାହୁ, ସୌମ୍ୟ ଏବଂ ଯତୀନ କୁମାର ପ୍ରମୁଖ ଯୋଗଦେଇଥିଲେ ।