ଜଗନ୍ନାଥ ମନ୍ଦିର ନିର୍ମାଣରେ ସ୍ଥଗିତାଦେଶ: ଠିକାଦାରଙ୍କ ତାଳିପକା କାମକୁ ସାଧାରଣରେ ନିନ୍ଦା
ଜଟଣୀ : ସ୍ଥାନୀୟ ବାଛରା ପାଟଣା ଅଞ୍ଚଳରେ ସରକାରୀ ଗୋଚର ଜମିରେ ଥିବା ଜଗନ୍ନାଥ ମନ୍ଦିରର ପରିଚାଳନାକୁ କେନ୍ଦ୍ରକରି ଜୟୀ ରାଜଗୁରୁ କ୍ଲବ କମିଟି ଓ ଉକ୍ତ ଅଞ୍ଚଳର କିଛି ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା ଲାଗିରହିଛି । ୨୦୨୪ ଫେବୃୟାରୀ ମାସରେ ବିରୋଧୀ ମନୋଭାବ ଯୋଗୁଁ ସ୍ଥାନୀୟ କିଛି ନିର୍ଦ୍ଦିଷ୍ଟ ଗୋଷ୍ଠୀ ମହିଳା ମନ୍ଦିର କବାଟରେ ଚାବି ପକାଇବା ଫଳରେ ୨୫ ଦିନ ଧରି ମନ୍ଦିରରେ ତାଲା ପଡି ମହାପ୍ରଭୁଙ୍କ ନୀତିକାନ୍ତି ବନ୍ଦ ରହି ଠାକୁର ଉପବାସରେ ରହିଥିବାକୁ ଅଶାନ୍ତି ବ୍ୟାପିଛି । ଏପରିକି ଉଭୟ ପକ୍ଷ ମଧ୍ୟରେ ଗଣ୍ଡଗୋଳ ସୃଷ୍ଟି ହୋଇ ମରଣାନ୍ତକ ଆକ୍ରମଣରେ ଜଣେ ଯୁବକ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ମଧ୍ୟ ଭର୍ତ୍ତି ହୋଇଥିଲା । ଜୟୀ ରାଜଗୁରୁ କ୍ଲବ୍ ପକ୍ଷରୁ ତାହାର ସଭାପତି ଡ. ମୁରଲୀଧର ଶାସ୍ତ୍ରୀ ମନ୍ଦିରର ଉନ୍ନତୀକରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ୫-ଟି ସଚିବଙ୍କ ଜରିଆରେ ଏକ ପତ୍ର ଲେଖି ଅନୁରୋଧ କରିଥିଲେ । ମନ୍ଦିରର ଉନ୍ନତିକରଣ ପାଇଁ ୬ ଲକ୍ଷ ଟଙ୍କା ନଗରପାଳିକା ମାଧ୍ୟମରେ ପ୍ରଦାନ କରାଯିବ ବୋଲି ସୂଚନା ଦିଆଯାଇଥିଲା । ପୌରପାଳିକା ପକ୍ଷରୁ ଏକ କାର୍ଯ୍ୟାଦେଶ କରାଯାଇଥିଲେ ହେଁ କ୍ଲବ୍ କର୍ତ୍ତୃପକ୍ଷଙ୍କୁ ଉଦେ୍ଦଶ୍ୟମୂଳକ ଭାବେ କାର୍ଯ୍ୟାଦେଶ ହସ୍ତାନ୍ତର ନ କରି ସତ୍ୟବ୍ରତ ନାୟକ ନାମକ ଜଣେ ଠିକାଦାରଙ୍କୁ ପ୍ରଦାନ କରାଯାଇଥିଲା । ପୌରପାଳିକାର ଏଭଳି ମନୋମୁଖୀ କାର୍ଯ୍ୟ ବିରୁଦ୍ଧରେ କ୍ଲବ କର୍ତ୍ତୁପକ୍ଷଙ୍କ ପକ୍ଷରୁ ଏନ୍ପିସି ୯୩୨୪/୨୫ ରେ ୮-୪-୨୫ ତାରିଖରେ କୋର୍ଟଙ୍କ ଦ୍ୱାରସ୍ଥ ହେବାପରେ ନ୍ୟାୟାଳୟ ପକ୍ଷରୁ ଜୟୀ ରାଜଗୁରୁ କ୍ଲବକୁ କାର୍ଯ୍ୟାଦେଶ ଦିଆଯିବ କି ଦିଆଯିବ ନାହିଁ ବୋଲି ଆଦେଶ ଦିଆଯାଇଥିଲା । କୋର୍ଟଙ୍କ ଆଦେଶ ପରେ ନଗରପାଳିକା ପକ୍ଷରୁ ୧୪-୫-୨୫ ତାରିଖରେ ଅଭିଯୋଗକାରୀ କ୍ଲବ ସଭାପତିଙ୍କୁ କୁହାଗଲାକି ପୌରପାଳିକା ପକ୍ଷରୁ ୭-୧୧-୨୩ ରେ କାର୍ଯ୍ୟାଦେଶ ଦିଆଯାଇଥିଲା କିନ୍ତୁ କାର୍ଯ୍ୟକୁ ଏକ ମାସ ମଧ୍ୟରେ ଆରମ୍ଭ ନ କରିବାରୁ ସତ୍ୟବ୍ରତ ନାୟକଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରିଥିଲେ ।
ସେହିପରି ପୌରପାଳିକା ୧୧-୫-୨୫ ତାରିଖରେ ଉଚ୍ଚ ନ୍ୟାୟାଳୟର ଆଦେଶ ପାଇଛନ୍ତି ବୋଲି ମିଥ୍ୟା ତଥ୍ୟ ପ୍ରଦାନ କରିଥିଲେ ହେଁ ପୋଷ୍ଟାଲ ତଥ୍ୟ ଅନୁସାରେ ତା ୨୯-୪-୨୫ ରେ ନୋଟିସ ପୌରପାଳିକାର ହସ୍ତଗତ ହୋଇଛି ବୋଲି କୋର୍ଟ ଉପଲବ୍ଧି କରିଥିଲେ । ସେହିପରି ଏହି ନିମ୍ନମାନର ଓ ପୌରପାଳିକାର ବେଆଇନ କାର୍ଯ୍ୟ ବିରୁଦ୍ଧରେ ଜଣେ ସ୍ୱେଚ୍ଛାସେବୀଙ୍କ ପକ୍ଷରୁ କରାଯାଇଥିବା ଡବ୍ଲୁ୍ୟପିସି ସଂଖ୍ୟା ୧୫୦୬୪/୨୫ ଏକ ପିଆଇଏଲ୍ ଦାୟାର କରାଯାଇଥିବା ବେଳେ, ୩୦-୫-୨୫ ତାରିଖରେ କୋର୍ଟଙ୍କ ଅଭିଯୋଗକୁ ଭିତ୍ତିକରି ଖୋର୍ଦ୍ଧା ଜିଲ୍ଲାପାଳ ଓ ପୌର ନିର୍ବାହୀ ଅଧିକାରୀଙ୍କୁ ନୋଟିସ ଜାରି କରିଥିଲେ । ଏହି ଅଭିଯୋଗର ଶୁଣାଣୀ ୨୩-୬-୨୫ ଦିନ ଧାର୍ଯ୍ୟ କରାଯାଇଥିବା ବେଳେ, ଏହାକୁ ସମ୍ପୃକ୍ତ କରି ଜିଲ୍ଲାପାଳଙ୍କ ସରକାରୀ ଜମିରେ କୌଣସି ପ୍ରକାର ନିର୍ମାଣ କାର୍ଯ୍ୟ ହୋଇପାରିବ ନାହିଁ ବୋଲି ଆଦେଶ ନାମା ଭୁବନେଶ୍ୱର ଉପଜିଲ୍ଲାପାଳଙ୍କୁ ଚିଠି କରିଥିଲେ । ତଦନୁଯାୟୀ ଉପଜିଲ୍ଲାପାଳ ଏହାର ନକଲ ତହସିଲଦାରଙ୍କୁ ପ୍ରେରଣ କରିଥିଲେ । ତେବେ ଆଶ୍ଚର୍ଯ୍ୟର ବିଷୟ ନ୍ୟାୟପାଳିକା ଓ ଜିଲ୍ଲାପାଳଙ୍କ ଆଦେଶକୁ ଅବମାନନା କରି ନଗରପାଳିକାର ଦାୟିତ୍ୱରେ ଥିବା ନିର୍ବାହୀ ଅଧିକାରୀ ନିର୍ମାଣ କାର୍ଯ୍ୟ ଜାରି ରଖିଥିଲେ । ଅନ୍ୟପକ୍ଷରେ ଜୟୀ ରାଜଗୁରୁ କ୍ଲବ ପକ୍ଷରୁ ୱାର୍କ ଅର୍ଡÿର ବାତିଲକୁ ଚ୍ୟାଲେଞ୍ଜ କରି ହୋଇଥିବା ମାମଲାରେ କୋର୍ଟ ଏକ କାର୍ଯ୍ୟ ସ୍ଥଗିତାଦେଶ ୨୪-୬-୨୦୨୫ ପର୍ଯ୍ୟନ୍ତ ଜାରି କରାଯାଇିଛି । ମନ୍ଦିରର ନବୀକରଣ ପାଇଁ ଦିଆଯାଇଥିବା ସରକାରୀ ଅର୍ଥ ଏକ ପଞ୍ଜୀକୃତ ସଂସ୍ଥା ଦ୍ୱାରା କରାଯିବାର ଷ୍ଟାଣ୍ଡିଂ ରୁଲ୍ ଥିବାବେଳେ, କିପରି ଏକ ନିର୍ଦ୍ଧିଷ୍ଟ ବ୍ୟକ୍ତିଗତ ଠିକାଦାରକୁ ଦିଆଗଲା ଏବଂ କୋର୍ଟଙ୍କୁ ମିଥ୍ୟା ତଥ୍ୟ ଦେବାକୁ ମଧ୍ୟ ପଛାଇ ନ ଥିବା ସାଧାରଣରେ ଆଲୋଚନା ହେଉଛି । ଏଥିରୁ ସ୍ପଷ୍ଟ ଅନୁମେୟ ହେଉଛି କି ଜଟଣୀ ନଗରପାଳିକାରେ କେଉଁଭଳି ଭାବେ ଦୁର୍ନୀତି ଓ ସରକାରୀ ଅର୍ଥକୁ ହଡପ୍ କରିବା ନିମନ୍ତେ ସୁଚିନ୍ତିତ ଷଡ଼ଯନ୍ତ କରାଯାଉଛି ।