କ୍ୟାବିନେଟରେ ଶପଥ ନେଲେ ୭ ମହିଳା ମନ୍ତ୍ରୀ

ନୂଆଦିଲ୍ଲୀ: ଗତକାଲି ସନ୍ଧ୍ୟାରେ ରାଷ୍ଟ୍ରପତି ଭବନରେ ଆୟୋଜିତ ଭବ୍ୟ ସମାରୋହର ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନରେନ୍ଦ୍ର,ମୋଦି। ଏଥିସହ ସେ କ୍ରମାଗତ ଭାବେ ତୃତୀୟ ଥର ପ୍ରଧାନମନ୍ତ୍ରୀ ହେବାର ଗୌରବ ହାସଲ କରିଛନ୍ତି।

ମୋଦିଙ୍କ ନୂଆ କ୍ୟାବିନେଟରେ ଶପଥ ନେଇଛନ୍ତି ଏନଏଡି ସରକାରର ୭୧ ମନ୍ତ୍ରୀ । ସେମାନଙ୍କ ମଧ୍ୟରେ ୭ ମହିଳା ଥିବା ଜଣାଯାଇଛି। ଦ୍ୱିତୀୟ ପାଳିରେ ମୋଦିଙ୍କ କ୍ୟାବିନେଟରେ ୧୦ ମହିଳା ସାମିଲ ହୋଇଥିବା ବେଳେ ଚଳିତ ଥର ଏହି ସଂଖ୍ୟା ୭ ରହିଛି।

ମୋଦିଙ୍କ କ୍ୟାବିନେଟର ୭ ମହିଳା ମନ୍ତ୍ରୀ ହେଲେ ନିର୍ମଳା ସୀତାରମଣ, ଅନ୍ନପୂର୍ଣ୍ଣା ଦେବୀ, ଅନୁପ୍ରିୟା ପଟେଲ, ଶୋଭା କରନ୍ଦଲାଜେ, ରକ୍ଷା ଖଡସେ, ସାବିତ୍ରୀ ଠାକୁର ଓ ନିମୁବେନ ବମଭାନିୟା ।