ଏସବିଆଇ କୃଷି ଋଣ ସପ୍ତାହ ପାଳିତ 

 କେନ୍ଦ୍ରାପଡା: ଭାରତୀୟ ଷ୍ଟେଟ ବ୍ୟାଙ୍କ କେନ୍ଦ୍ରାପଡା ଶାଖା ପକ୍ଷରୁ କୃଷି ଋଣ ସଚେତନତା ସପ୍ତାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ରିଜିଓନାଲ ମ୍ୟାନେଜର ଆରବିଆଇ ପାରାଦ୍ୱୀପ ବିଜୟ ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ କୃଷି ବିଜ୍ଞାନ କେନ୍ଦ୍ର ମୁଖ୍ୟ ବୈଜ୍ଞାନିକ ଡ. ଅରବିନ୍ଦ ଦାସ ମୁଖ୍ୟଅତିଥି ଭାବେ ଯୋଗ ଦେଇଥଲେ । ଷ୍ଟେଟ ବ୍ୟାଙ୍କର ମୁଖ୍ୟ ଶାଖା ପରିଚାଳକ ବିଶ୍ୱଜିତ ରାଉତରାୟ, ପାରାଦ୍ୱୀପ ଆରଏମଆରୟୁ ତାପସ ପାତ୍ର, ବିବିଏମ ଷ୍ଟେଟ ବ୍ୟାଙ୍କ କେନ୍ଦ୍ରାପଡା ର ସୁପ୍ରିୟା ମଲିକ ପ୍ରମୁଖ ଯୋଗ ଦେଇ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ କୃଷି ଋଣ ଯୋଜନା ସମ୍ପର୍କରେ ଚାଷୀଙ୍କୁ ସଚେତନ କରାଇଥିଲେ । କେସିସି ଲୋନ, ମୁଖ୍ୟମନ୍ତ୍ରୀ କୃଷି ଯୋଜନା, ଏଆଇଏଫ, ମୁଦ୍ରା ଏଗ୍ରି ପ୍ରଭୃତି ଋଣ ସଂପର୍କରେ ଉପସ୍ଥିତ ଚାଷୀ ମାନଙ୍କୁ କିଭଳି ସହଜରେ ନେଇ ସେମାନଙ୍କର ଆର୍ଥିକ ଅବସ୍ଥା ସୁଧାରି ପାରିବେ ସେ ସଂପର୍କରେ ଆଲୋଚନା କରା ଯାଇଥିଲା । ଏହି କାର୍ଯ୍ୟକ୍ରମଟି ଜିଲ୍ଲାର ବିଭିନ୍ନ ବ୍ଲକରେ ଏକ ସପ୍ତାହ ଧରି ଅନୁଷ୍ଠିତ ହେବ । ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜଗନ୍ନାଥ ପଣ୍ଡା, ରାମେଶ୍ୱର ନାୟକ ପ୍ରମୁଖ ସହଯୋଗ କରିଥିଲେ ।