‘ଓଡ଼ିଆ ପକ୍ଷ’ର ଅଷ୍ଟମ ଦିନରେ ରକ୍ତଦାନ ଦିବସ
ଭୁବନେଶ୍ୱର: ଓଡିଶା ସରକାରଙ୍କ ଦ୍ୱାରା ୧ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ଓଡିଆ ପକ୍ଷ ପାଳନ କରାଯାଉଅଛି । ଏହି ଅବସରରେ୮ ତାରିଖ ମଙ୍ଗଳବାର ଦିନ ରକ୍ତଦାନ ଦିବସ ପାଳନ କରାଯିବା ନିମନ୍ତେ ସ୍ଥିର କରାଯାଇଛି । ଏହି ଅବସରରେ ଜିଲ୍ଲା ସଦର ମହକୁମାରେ ଅବସ୍ଥିତ ମହାବିଦ୍ୟାଳୟ ଏବଂ ସମସ୍ତ ଜିଲ୍ଲା ମୁଖ୍ୟ ଚିକିସôାଳୟ, ଭେଷଜ ମହାବିଦ୍ୟାଳୟ ଏବଂ ଚିକିସôାଳୟ, କ୍ୟାପିଟାଲ ହସ୍ପିଟାଲ ଭୁବନେଶ୍ୱର ଅଧୀନରେ ଥିବା ରକ୍ତ ଭଣ୍ଡାର ଗୁଡିକରେ ଶିକ୍ଷାର୍ଥୀ ଓ ସ୍ଥାନୀୟ ଯୁବାବର୍ଗ ଏବଂ ଅନ୍ୟାନ୍ୟ ସ୍ୱେଚ୍ଛାକୃତ ରକ୍ତଦାତାମାନଙ୍କ ଠାରୁ ରକ୍ତ ସଂଗ୍ରହ କରିବା ପାଇଁ ସ୍ଥିର କରାଯାଇଛି । ଏହି ପରିପ୍ରେକ୍ଷୀରେ ରାଜଧାନୀର ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ରକ୍ତଦାନ ଅଭିଯାନ ଦିବସ ୧୦ଟା ସମୟରେ ଅନୁଷ୍ଠିତ ହେବ । ଏଥିରେ ସାମିଲ ହେବା ପାଇଁ ସ୍ୱେଚ୍ଛାକୃତ ରକ୍ତଦାନ ନିମନ୍ତେ ଯୋଗ୍ୟ ଏବଂ ଆଗ୍ରହୀ ବ୍ୟକ୍ତିମାନଙ୍କୁ ଆହ୍ୱାନ କରାଯାଉଛି ।