ଜଙ୍ଗଲ ଜମି ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମ 

 ମାଲକାନଗିରି : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ କାମବେଡା ସଦର ପଞ୍ଚାୟତ ଗ୍ରାମରେ ଆଜି ୩ ଟି ପଞ୍ଚାୟତ ବାସିନ୍ଦାଙ୍କୁ ନେଇ ଗୋଷ୍ଠୀଗତ ଜଙ୍ଗଲ ଜମି ପଟ୍ଟା ବଣ୍ଟନ କରାଯାଇଛି । କାମବେଡା, ପୁରୁଣା ଚିମଟାପାଲି ଏବଂ ପୋଟରେଲ ପଞ୍ଚାୟତ ର ବହୁ ଲୋକେ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ । ଆଜି କେବଳ ୭ ଗୋଟି ଜଙ୍ଗଲ ଜମି ପଟ୍ଟା ବଣ୍ଟନ କରାଯାଇଥିବା ଆଗାମୀ ଦିନରେ ଆହୁରି ମଧ୍ୟ ବଣ୍ଟାଯିବ ବୋଲି ସୂଚନା ମିଳିଛି । ମଞ୍ଚାସୀନ ଅତିଥି ଭାବେ କାମବେଡା ସରପଞ୍ଚ ରମାକାନ୍ତ ମାଡକାମୀ, ଡୁଡାମେଟା ସରପଞ୍ଚ ମୁକୁନ୍ଦ ସୋଡି, ପୋଟରେଲ ସରପଞ୍ଚ ପୂଜା ପଡ଼ିଆମୀ, ଫରେଷ୍ଟର ମୋହନ ଗୁଡ଼ିଆ, ଏଫଆରସି କୋର୍ଡିନେଟର ପି ରାଜୁ, ରାଜସ୍ୱ ନିରୀକ୍ଷକ ମଧୁସୂଦନ ତହସିଲଦାର ପ୍ରମୁଖ ଥିଲେ । ଫରେଷ୍ଟର ଶ୍ରୀ ଗୁଡ଼ିଆ ଜଙ୍ଗଲ ସୁରକ୍ଷା ସମ୍ବନ୍ଧରେ ବୁଝାଇବା ସହ ଆଗାମୀ ଗ୍ରୀଷ୍ମ ଋତୁରେ ଜଙ୍ଗଲରେ ନିଆଁ ନ ଲଗାଇବା କାରଣ ଏହି ମହୁଲ ଏବଂ ଟୋଲାକୁ ବିକ୍ରି କରି ଆଦିବାସୀ ନିଜର ପେଟ ପୋଷଣ କରୁଥିବା ପରି ବହୁ ଗୁରୁତ୍ୱପୂର୍ଣ୍ଣ କଥା ଗୁଡିକ କହିଥିଲେ । ଜଙ୍ଗଲ ସୁରକ୍ଷା ସମ୍ବନ୍ଧରେ ବିଭିନ୍ନ ସଚେତନତା ବାର୍ତା ଦିଆଯାଇଥିଲା । ଏଥି ସମେତ ପରିବର୍ତ୍ତନ ଏନଜିଓ ର ସଦସ୍ୟ ଏବଂ ପଞ୍ଚାୟତ ଅନ୍ତର୍ଗତ ୭ଟି ଗ୍ରାମର ଜଙ୍ଗଲ ଜମି କମିଟିର ସଭାପତି ଏବଂ ସମ୍ପାଦକ ଉପସ୍ଥିତ ଥିଲେ ।