ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଜଣେ ଗିରଫ
ମାଲକାନଗିରି : କୋର୍ଟଙ୍କ ନିର୍ଦ୍ଧେଶକ୍ରମେ ମାଲକାନଗିରି ଜିଲ୍ଲା ଓର୍କେଲ ପୁଲିସ ବାଲିମେଳା ସହରର ଦୈନିକ ବଜାରରେ ରହୁଥିବା ଅସୀମ ମାଲିକ ନାମକ ବ୍ୟକ୍ତିଙ୍କୁ ପୁଲିସ ଗିରଫ କରିବା ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି । ତେବେ ଏନେଇ ଓର୍କେଲ ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ବାଲିମେଳା ସହରର ଦୈନିକ ବଜାରରେ ରହୁଥିବା ଅସୀମ ମାଲିକ ଉତ୍ତର ପ୍ରଦେଶର ଜଣେ ବ୍ୟକ୍ତିଙ୍କ ସହ ମିସି ପ୍ରାୟ ୯୯୯ କିଲୋ ଗଞ୍ଜେଇ ବେଆଇନ ଭାବେ ବାହାର ରାଜ୍ୟକୁ ଚାଲାଣ କରୁଥିବା ବେଳେ ଚିତ୍ରକୋଣ୍ଡା ଛକ ନିକଟରେ ପୁଲିସ ହାତରେ ଧରା ପଡ଼ିଥିଲେ । ଏନେଇ ଓର୍କେଲ ଥାନାରେ ଏକ ମାମଲା ରୁଜୁ ହୋଇଥିଲା । ପୁଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ । ପ୍ରାୟ ୩ମାସ ପୂର୍ବେ ଅସୀମ ଜମାନତରେ ନିଜ ଘରକୁ ଆସିଥିଲେ । କିନ୍ତ କୋର୍ଟ ପକ୍ଷରୁ ଧାର୍ଯ୍ୟ ହୋଇଥିବା ତାରିଖରେ କୋର୍ଟରେ ହାଜର ହେବା ପାଇଁ କୋର୍ଟଙ୍କ ପକ୍ଷରୁ ଅସୀମଙ୍କୁ ବାରମ୍ବାର ନୋଟିସ ପଠାଯାଇଥିଲେ ମଧ୍ୟ ଅସୀମ କୋର୍ଟଙ୍କ ନିର୍ଦ୍ଧେଶକୁ ଅବମାନନା କରି କୋର୍ଟରେ ହାଜର ହେଉ ନ ଥିଲେ । ଶେଷରେ କୋର୍ଟଙ୍କ ନିର୍ଦ୍ଧେଶକ୍ରମେ ଅସୀମଙ୍କ ନାମରେ ଜାମୀନ ବିହୀନ ଗିରଫ ପରୱାନା ଜାରୀ କରାଯାଇଛି । କୋର୍ଟଙ୍କ ନିର୍ଦ୍ଧେଶ କ୍ରମେ ଆଜି ଅସୀମଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଓର୍କେଲ ଥାନା ଅଧିକାରୀ ଧିରେନ ପଟ୍ଟନାୟକ ସୂଚନା ଦେଇଛ