ୱାର୍ଡସଭ୍ୟା ସ୍ୱାମୀଙ୍କ ମୃତଦେହ ଉଦ୍ଧାର, ଆତ୍ମହତ୍ୟା ସନେ୍ଦହ 

 ହିଞ୍ଜିଳିକାଟୁ: ହିଞ୍ଜିଳି ଥାନା ମୋହନାପଲ୍ଲୀ ଗ୍ରାମ୍ୟ ଜଙ୍ଗଲରୁ ହିଞ୍ଜିଳି ପୁଲିସ ଶନିବାର ଅପରାହ୍ନରେ ଜଣେ ଯୁବକଙ୍କ ମୃତଦେହକୁ ଉଦ୍ଧାର କରିଛି । ମୃତକ ଜଣଙ୍କ ହେଲେ ହିଞ୍ଜିଳି ଥାନା ତଥା ହିଞ୍ଜିଳିକାଟୁ ବ୍ଲକ୍ ଦାରୁଭଦ୍ରା ପଞ୍ଚାୟତ ସାପୁଆପଲ୍ଲୀ ଗ୍ରାମର ୱାର୍ଡସଭ୍ୟାଙ୍କ ସ୍ୱାମୀ ଗୋବିନ୍ଦ ସେଠି (୪୦) । ଏ ନେଇ ହିଞ୍ଜିଳି ଥାନାରେ କେସ ନଂ- ୪/୨୫ ରେ ଏକ ଅପମୃତୁ୍ୟ ମାମଲା ରୁଜୁ କରି ମୃତଦେହକୁ ଜବତ କରି ବ୍ୟବଛେଦ ସକାଶେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଇ ପୁଲିସ ଘଟଣାର ତଦନ୍ତ ଚଳାଇଛି । ମୃତଦେହ ନିକଟରୁ ପୁଲିଏ ଏକ ବ୍ୟବହୃତ କୀଟନାଶକ େଓøଷଧ ପ୍ୟାକେଟ୍, ଥଣ୍ଡାପାନୀୟ ବୋତଲ, ମୋବାଇଲ ଓ ଏକ ମୋଟର ସାଇକେଲ (ଓଡି୦୭ଟି ୮୯୭୫)କୁ ଜବତ କରିଛି । ପ୍ରାଥମିକ ଅନୁସନ୍ଧାନରୁ ଯୁବକ ଜଣଙ୍କ ଆତ୍ମହତ୍ୟା କରିଥିବା ନେଇ ପୁଲିସି ସନେ୍ଦହ ପ୍ରକାଶ କରିଛି । ବ୍ୟବଛେଦ ରିପୋର୍ଟ ମିଳିବା ପରେ ମୃତୁ୍ୟର ସଠିକ୍ କାରଣ ଜଣାପଡିବ ବୋଲି ଥାନା ଆଇଆଇସି ଶ୍ରୀନିବାସ ସେଠି କହିଛନ୍ତି । ମିଳିଥିବା ସୂଚନା ପ୍ରକାରେ, ଶନିବାର ଅପରାହ୍ନରେ ମୋହନାପଲ୍ଲୀ ଗ୍ରାମର କିଛି ଲୋକ ନିକଟସ୍ଥ ଗ୍ରାମ୍ୟ ଜଙ୍ଗଲକୁ ଯାଇଥିବା ବେଳେ ଗ୍ରାମ୍ୟ ଜଙ୍ଗଲରେ ଜଣେ ଯୁବକଙ୍କ ମୃତଦେହ ପଡିଥିବା ଦେଖି ହିଞ୍ଜିଳି ପୁଲିସକୁ ଖବର ଦେଇଥିଲେ । ଖବର ପାଇଁ ହିଞ୍ଜିଳି ଥାନା ଆଇଆଇସି ଶ୍ରୀନିବାସ ସେଠି ଓ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ମୃତଦେହ ଚିହ୍ନଟ କରିଥିଲେ । ଘଟଣା ନେଇ ମୃତକଙ୍କ ପୁଅ କାହ୍ନା ଚରଣ ସେଠି ହିଞ୍ଜିଳି ଥାନାରେ ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷରେ କେହି ହତ୍ୟା କରିବା ପରେ ଆତ୍ମହତ୍ୟାର ରୂପ ଦେଇଥିବା ନେଇ ଗ୍ରାମବାସୀ ସନେ୍ଦହ ପ୍ରକାଶ କରିଛନ୍ତି ।